Breaking PLUSଦେଶମୁଖ୍ୟ ଖବର

୨୪ ଘଣ୍ଟାରେ ଦେଶରେ ମୋଟ ୧୨ ହଜାର ୮୩୦ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିଲେ ମଧ୍ୟ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୧୨ ହଜାର ୮୩୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗୋଟିଏ ଦିନରେ ୪୪୬ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ୧୪ ହଜାର ୬୬୭ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ ସମୁଦାୟ ୩ କୋଟି ୪୨ ଲକ୍ଷ ୭୩ ହଜାର ୩୦୦ କୋରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ମୋଟ ୩ କୋଟି ୩୬ ଲକ୍ଷ ୫୫ ହଜାର ୮୪୨ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଭାରତରେ ମୋଟ ୧ ଲକ୍ଷ ୫୯ ହଜାର ୨୭୨ଟି ସକ୍ରିୟ ମାମଲା ରହିଛି । ଏପଟେ କୋଭିଡ ଆରମ୍ଭରୁ ଏଯାଏଁ ମୋଟ ୪ ଲକ୍ଷ ୫୮ ହଜାର ୧୮୬ ଜଣ ସଂକ୍ରମିତ ଆଖି ବୁଜିଛନ୍ତି । ସେହିପରି ଦେଶରେ ଟୀକାକରଣର ସୁପରଫାଷ୍ଟ ଗତି ସହ ମୋଟ ୧୦୬ କୋଟି ୧୪ ଲକ୍ଷ ୪୦ ହଜାର ୩୩୫ ଡୋଜ ଟୀକାକରଣ କରାଯାଇଛି ।

Show More

Related Articles

Back to top button