Breaking PLUSଦେଶମୁଖ୍ୟ ଖବରରାଜନୀତି

ପଞ୍ଜାବରେ ପିଏମଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ 2ଜଣ ଡିଏସପିଙ୍କ ସମେତ 6 ନିଲମ୍ବିତ

ଚଣ୍ଡିଗଡ, 26 ନଭେମ୍ବର ) – ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ରାଜ୍ୟ ସରକାର ଜଣେ ଏସପିଙ୍କ ସସପେଣ୍ଡ କରିବା ପରେ ଏବେ ଦୁଇଜଣ ଡିଏସପିଙ୍କ ସମେତ 6ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଗତବର୍ଷ ଜାନୁୟାରୀରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଢିଲା ମାମଲା ସାମ୍ନାକୁ ଆସିଥିଲା ।
2022 ଜାନୁୟାରୀ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବରେ ବିଧାନସଭା ନିର୍ବାଚନର ପ୍ରଚାର କରିବାକୁ ବଠିଣ୍ଡା ଯାଇଥିଲା । ଏଠାରେ ସେ ସଡକ ମାର୍ଗରେ ଫିରୋଜପୁର ଯାଉଥିଲେ । ତେବେ ରାସ୍ତାରେ ଚାଷୀମାନେ ଧାରଣା ଦେଇଥିଲେ । ଏହାପରେ ଫିରୋଜପୁରରେ ପ୍ୟାରେଆଲା ଫ୍ଲାଏଓଭରରେ ପ୍ରଧାନମନ୍ତ୍ରୀଙ୍କ କାଫିଲା 20ମିନିଟ ପର୍ଯ୍ୟନ୍ତ ଅଟକି ଥିଲା । ଏହି ଫ୍ଲାଏଓଭରରୁ ଭାରତ-ପାକିସ୍ତାନ ହୁସୈନୱାଲା ବର୍ଡର କିଛି ଦୂରରେ । 20 ମିନିଟ ଅଟକିବା ପରେ ଏଠାରେ ପିଏମଙ୍କୁ ଫେରିବାକୁ ପଡିଥିଲା । ଏହି ପୂରା ଘଟଣାକ୍ରମର ଯାଞ୍ଚ ରିପୋର୍ଟ ଆସିବା ପରେ ପଞ୍ଜାବ ସରକାର ଏସପି ଗୁରବିନ୍ଦର ସିଂଙ୍କୁ ସସପେଣ୍ଡ କରିବା ପରେ ଡିଏସପି ପ୍ରସୋନ ସିଂହ, ଡିଏସପି ଜଗଦୀପ କୁମାରଙ୍କ ସହିତ ଇନସପେକ୍ଟର ବଲବିନ୍ଦର ସିଂହ, ଜତିନ୍ଦର ସିଂ,ଏସଆଇ ଜଶୱନ୍ତ ସିଂ ତଥା ଏଏସଆଇ ରମେଶ କୁମାରଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି ।

Show More

Related Articles

Back to top button