Breaking PLUSଦେଶମୁଖ୍ୟ ଖବରରାଜନୀତି

ଆର୍ଥିକ, ସାଂସ୍କୃତିକ ସହିତ ଅନେକ କ୍ଷେତ୍ରରେ ଦ୍ରୁତ ପ୍ରଗତି କରୁଛି ଭାରତ- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, 26 ନଭେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲେଙ୍ଗାନାର କାହ୍ନା ଶାନ୍ତି ବନମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ମହତ୍ତ୍ୱ ଉପରେ ଆଲୋକପାତ କରି ଯୁବକଙ୍କୁ ବିକଶିତ ଭାରତର ସଂକଳ୍ପ ସହିତ ଯୋଡିବା ପାଇଁ ଆଧ୍ୟାତ୍ମିକ ସଂସ୍ଥାର ସହଯୋଗ ଲୋଡିଛନ୍ତି ।
ପିଏମ ମୋଦି କହିଛନ୍ତି ଯେ, ସମୃଦ୍ଧି ଅର୍ଥ ଓ ଭୌତିକ ଜିନିଷରୁ ଆସିନଥାଏ । ଏହା ସାଂସ୍କୃତିକ ମୂଲ୍ୟର ଦୃଢତାରୁ ଆସିଥାଏ । ଆଜି ଭାରତ ଆର୍ଥିକ, ସାଂସ୍କୃତିକ ଓ ଅନେକ କ୍ଷେତ୍ରରେ ବିକାଶ କରୁଛି । ଭାରତ ଏକ ନୂଆ ଯୁଗରେ ପ୍ରବେଶ କରୁଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତକୁ ଗୁଲାମ କରିଥିବା ଲୋକ ଆମର ପ୍ରକୃତ ଶକ୍ତି ଜ୍ଞାନ, ଧ୍ୟାନ, ଯୋଗ, ଆୟୁର୍ବେଦ ପରି ଅନେକ ମହତ୍ତ୍ୱପୂର୍ଣ୍ଣ ପରମ୍ପରା ଉପରେ ଆକ୍ରମଣ କରିଥିଲା । ଏହାଯୋଗୁ ଦେଶକୁ ବହୁତ କ୍ଷତି ସହିବାକୁ ପଡିଥିଲା । କିନ୍ତୁ ଏବେ ସମୟ ବଦଳୁଛି, ଭାରତ ବି ବଦଳୁଛି । ଏହା ଭାରତର ସ୍ୱାଧୀନତାର ଅମୃତକାଳ ଅଟେ । ଏବେ ସମୟ ଆସିଛି ଆମେ ଆମର ଏହି ଐତିହ୍ୟକୁ ଏକ ଅଦ୍ଭୁତପୂର୍ଣ୍ଣ ଶିଖରକୁ ନେଇଯିବାର । ଏଥିରେ ଶ୍ରୀରାମଚନ୍ଦ୍ର ମିଶନ ଓ ଏହା ସହିତ ଜଡିତ ସାଧକଙ୍କର ଏବଂ ଆପଣ ସମସ୍ତଙ୍କ ଭୂମିକ ଗୁରୁତ୍ୱପୂର୍ଣ୍ଣ ବୋଲି ପିଏମ ମୋଦି କହିଛନ୍ତି ।

Show More

Related Articles

Back to top button