ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଟ୍ୱିଟରର ବ୍ଲୁଟିକ୍‌ ୟୁଜରଙ୍କ ପାଇଁ ମହଙ୍ଗା: ଏଣିକି ବ୍ଲୁ–ଟିକ୍‌ ବ୍ୟବହାରକାରୀଙ୍କୁ ଦେବାକୁ ପଡ଼ିବ ମାସିକ ଦେୟ

ନୂଆଦିଲ୍ଲୀଟ୍ୱିଟରର ବ୍ଲୁଟିକ୍‌ ୟୁଜରଙ୍କ ପାଇଁ ହେଲା ମହଙ୍ଗା। ଏଣିକି ବ୍ଲୁଟିକ୍‌ ବ୍ୟବହାରକାରୀଙ୍କୁ ମାସିକ ଦେୟ ଦେବାକୁ ପଡ଼ିବ। ନିକଟରେ ଟ୍ୱିଟରର ମାଲିକାନା ହାତେଇଥିବା ଏଲନ ମସ୍କ ଏହି ନୂଆ ନିୟମ କରିଛନ୍ତି। ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟରର ବ୍ଲୁଟିକ୍‌ ବ୍ୟବହାରକାରୀଙ୍କୁ ମାସକୁ  ୮ଡଲାର ଦେବାକୁ ପଡ଼ିବ। ଭେରିଫାଏଡ୍‌ ଆକାଉଣ୍ଟ ଭାବେ ବିବେଚିତ ହେଉଥିବା ବ୍ଲୁଟିକ୍ ପାଇବା ପାଇଁ ଯେଉଁମାନେ ଚାହିଁବେ ତାଙ୍କୁ ମାସକୁ  ୮ଡଲାର ଦେବାକୁ ପଡ଼ିବ। ଭାରତୀୟ ମୁଦ୍ରାରେ ଏହା ହେଉଛି ୬୬୧.୭୨ ଟଙ୍କା। ଅନ୍ୟପଟେ ଯେଉଁମାନଙ୍କର ବ୍ଲୁ-ଟିକ୍‌ ନାହିଁ ସେମାନଙ୍କୁ ମୁର୍ଖ କହି ଥଟ୍ଟା କରିଛନ୍ତି ମସ୍କ। ସେମାନେ ଅଯଥା ଟ୍ୱିଟରରେ ବୋଝ ହେଉଛନ୍ତି। ବ୍ଲୁଟିକ୍ ହେଉଛି ଲୋକଙ୍କ ପାଇଁ ଶକ୍ତି ବୋଲି ମସ୍କ ଟ୍ୱିଟ୍‌ କରି କହିଛନ୍ତି। ସୂଚନା ଅନୁଯାୟୀ ଟ୍ୱିଟରକୁ ଫେକ ଆକାଉଣ୍ଟ ହଟାଇ ସ୍ୱଚ୍ଛ କରିବା ଅଭିଯାନରେ ଅଛନ୍ତି ମସ୍କ। ତେଣୁ ୟୁଜରଙ୍କୁ ଭେରିଫାଏଡ ଆକାଉଣ୍ଟ ଯୋଜନାରେ ଅଛନ୍ତି ସେ । ସେହିପରି ବ୍ଲୁଟିକ୍‌ ପାଇଁ ଚାର୍ଜ ନେବା ଉଭୟ ସ୍ୱଚ୍ଛତା ଓ ବ୍ୟବସାୟର ତାଙ୍କର ଅନ୍ୟ ଏକ ରଣନୀତି ବୋଲି  କୁହାଯାଉଛି। ଆଗକୁ ସେ ଟ୍ୱିଟରେରେ ବିଜ୍ଞାପନକୁ ପ୍ରାଧାନ୍ୟ ଦେଇ ବ୍ୟବସାୟିକ ଲକ୍ଷରେ ଅଛନ୍ତି। ଯେଉଁଥିପାଇଁ ୟୁଜରମାନେ ମଧ୍ୟ ଏହା ମାଧ୍ୟମରେ ଲାଭବାନ ହୋଇପାରିବେ। ଗତ ଶୁକ୍ରବାର ଟେସଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଏଲନ ମସ୍କ ଶେଷରେ ସୋସିଆଲ ମିଡିଆ ଫ୍ଲାଟଫର୍ମ ଟ୍ୱିଟରକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ମସ୍କ ଟ୍ୱିଟର ଅଧିଗ୍ରହଣ କରିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସହ ଅନ୍ୟ କେତେକ ଅଧିକାରୀଙ୍କୁ ବିଦା କରିଦେଇଛନ୍ତି। 

Show More

Related Articles

Back to top button