Breaking PLUSଓଡ଼ିଶାମୁଖ୍ୟ ଖବର

ଆନ୍ତଃରାଜ୍ୟ ଟ୍ରକ୍ ଚୋରି ଘଟଣା, ଦୁଇ ଟ୍ରକ ଜବତ ସ୍କର୍ପିଓ ଜବତ

ଭୁବନେଶ୍ୱର- କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଟ୍ରକ ଚୋରି ଘଟଣା ବଢ଼ିବାରେ ଲାଗିଛି। ବିଶେଷ କରି କେନ୍ଦୁଝର ସହର ଉପକଣ୍ଠରେ ଏହି ଘଟଣା ୨୦୨୩ ମସିହାରେ ବୃଦ୍ଧି ପାଇଥିଲା । ଏହି ଟ୍ରକ ଚୋରି ଘଟଣାରେ ପୋଲିସ ତଦନ୍ତ କରି ଆଜି ଦୁଇ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଦୁଇ ଜଣ ହେଲେ ସଜିରୁଲ ହୁସେନ ଓ ମଇତୁଲ ସାଇ। ଏହି ଦୁଇଜଣଙ୍କ ଘର ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ମଝିଗାଁରେ ବୋଲି ଜଣାପଡ଼ିଛି । ଏହାସହ ଏକ ସ୍କର୍ପିଓକୁ ମଧ୍ୟ ଟାଉନ ଥାନା ପୋଲିସ ଧରିବାରେ ସକ୍ଷମ ହୋଇଛି । ଟ୍ରକ ଚୋର ମାନେ ବ୍ୟବହାର କରୁଥିବା ଦୁଇ ମୋବାଇଲ ମଧ୍ୟ ପୋଲିସ ଜବତ କରିଛି। ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି। ଏହା ସହ ଟ୍ରକ ଚୋରି ରାକେଟର ଅଧିକ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ସହକାରୀ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ନାୟକ, ଟାଉନ ଥାନା ଅଧିକାରୀ ସୁନିଲ କର ଉପସ୍ଥିତ ଥିଲେ।

Show More

Related Articles

Back to top button