Breaking PLUSଓଡ଼ିଶାମୁଖ୍ୟ ଖବର

ବୁଲେଟରୁ ବିକଟାଳ ଶବ୍ଦ ବାହାରୁଥିଲେ ଗଣିବାକୁ ପଡିବ ତଣ୍ଡ

ଭୁବନେଶ୍ୱର- ବୁଲେଟରୁ ବିକଟାଳ ଶବ୍ଦ ବାହାରୁଥିଲେ ଏଣିକି କେବଳ ଫାଇନ୍ ଦେବାକୁ ପଡିବନି ବରଂ କୋର୍ଟର ଚକ୍କର କାଟିବାକୁ ପଡିବ । ଏଭଳି ନିୟମ ଉଲ୍ଲଂଘନକାରୀଙ୍କୁ ଟ୍ରାଫିକ ପୋଲିସ ସମ୍ମୁଖରେ ନିଜ ଗାଡିରେ ନୂଆ ଓ ଠିକ ମାନ ଥିବା ସାଇଲେଇନ୍ସର ଲଗାଇବା ପରେ କୋର୍ଟ ପିଆର ବଣ୍ଡରେ ଗାଡିକୁ ଛାଡିବ । ଟ୍ରାଫିକ ଏସିପି ଭାବେ ଜୟନ୍ତ ଦୋରା ଏହି ସୂଚନା ଦେଇଛନ୍ତି । ଏହାସହ ବାଇକ ମଡିଫାଏ କରୁଥିବା ସ୍ପେୟାର ପାର୍ଟସ ଦୋକାନରେ ଖୁବଶୀଘ୍ର ଚଢ଼ାଉ ହେବ ବୋଲି ସେ କହିଛନ୍ତି । ଶ୍ରୀ ଦୋରା କାର୍ଯ୍ୟରେ ଯୋଗଦେବା ପରେ ଟ୍ରାଫିକ ନିୟମ ଖିଲାପିଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରିବା ସହ ୬୦ ରୁ ଉର୍ଦ୍ଧ୍ୱ ବାଇକ ଜବତ କରିଛନ୍ତି ।

ସେ କହିଛନ୍ତି ଯେ ଆଗକୁ ପାର୍ବଣ ଋତୁ ରହିଛି । ରାଜଧାନୀର ୧୩ ଟି ସ୍ଥାନରେ ଅତ୍ୟାଧୁନିକ ଏଏନପିଆର ବା ଟିଭିଡିଏସ୍ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । ସ୍ପିଡ, ରଙ୍ଗ ଡ୍ରାଇଭ, ଟ୍ରିପଲ ରାଇଡିଂ, ପଲ୍ୟୁସନ, ହେଲମେଟ୍ ଉପରେ କଡ଼ା ନଜର ରଖିଛି ଟ୍ରାଫିକ କେଂଟ୍ରାଲ ରୁମ । ବାଇକ ମଡିଫାଏ କରୁଥିବା ସ୍ପେୟାର ପାର୍ଟସ ଦୋକାନରେ ଖୁବଶୀଘ୍ର ଚଢ଼ାଉ ହେବ । ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ସଡକ ଦୁର୍ଘଟଣା ଉପରେ ରୋକ ଲଗାଇବା ପାଇଁ ଆଗାମୀ ଦିନରେ ନିୟମ ମୁତାବକ ଫରେନ ବାଇକ ଗୁଡିକୁ ସ୍କାନରକୁ ନିଆଯିବ ବୋଲି କହିଛନ୍ତି ଏସିପି ।

Show More

Related Articles

Back to top button