Breaking PLUSଖେଳଦେଶଦେଶ ବିଦେଶମୁଖ୍ୟ ଖବର

ୟୁଏସ ଓପନରେ କୋକୋ ଗଫ୍‌ ଚାମ୍ପିୟାନ

ନ୍ୟୁୟର୍କ : ଆମେରିକାର କୋକୋ ଗୌଫ୍‌ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ୟୁଏସ୍‌ ଓପନ୍‌ରେ ମହିଳା ଏକକ ଚମ୍ପିଆନ୍ ହୋଇଛନ୍ତି । ଶନିବାର ରାତିରେ ଖେଳା ଯାଇଥିବା ଫାଇନାଲରେ ୧୯ ବର୍ଷ ବୟସ୍କା ଗୌଫ୍‌ ୨ୟ ସିଡ୍‌ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ କଡ଼ା ମୁକାବିଲା ପରେ ୨-୬, ୬-୩, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଘରୋଇ ଦର୍ଶକଙ୍କ ସମର୍ଥନ ପାଇ ୬ଷ୍ଠ ସିଡ୍‌ ଗୌଫ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମ ସେଟ୍‌ ହାରିବା ପରେ ମଧ୍ୟ ସାବାଲେଙ୍କାଙ୍କ ବିପକ୍ଷରେ ଗୌଫ୍‌ ପରବର୍ତ୍ତୀ ୨ଟି ସେଟ୍‌ ଜିତି ନେଇଥିଲେ। ଏହି ମୁକାବିଲା ୨ ଘଣ୍ଟା ୬ ମିନିଟ ଧରି ଚାଲିଥିଲା। ଏହା ଗୌଫ୍‌ଙ୍କ ଜୀବନର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ। ଗତବର୍ଷ ଗୌଫ୍‌ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲ ଖେଳି ଇଗା ସ୍ବିଆଟେକ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ୟୁଏସ୍‌ ଓପନ୍‌ ଟାଇଟଲ ଜିତି କୋକୋ ଗୌଫ୍‌ ଭବିଷ୍ୟତର ତାରକା ଭାବେ ଉଭା ହୋଇଛନ୍ତି।

ଫ୍ଲୋରିଡାର ଗୌଫ୍‌ ୧୯୯୯ ପରେ ୨୦ ବର୍ଷରୁ କମ୍ ବୟସରେ ଆମେରିକାର ଖେଳାଳି ଭାବେ ୟୁଏସ୍‌ ଓପନ୍‌ ଚମ୍ପିଆନ୍ ହୋଇଛନ୍ତି। ୧୯୯୯ରେ ମାତ୍ର ୧୭ ବର୍ଷ ବୟସରେ ଆମେରିକାର ସେରେନା ୱିଲିୟମ୍‌ସ ୟୁଏସ୍‌ ଓପନ୍‌ ଚମ୍ପିଆନ୍ ହୋଇଥିଲେ। ଆମେରିକାର ଟ୍ରେସି ଅଷ୍ଟିନ୍ ମଧ୍ୟ ୨୦ ବର୍ଷରୁ କମ୍ ବୟସରେ ୟୁଏସ୍‌ ଓପନ୍‌ ଚମ୍ପିଆନ୍ ହୋଇଥିଲେ। ମୋଟଉପରେ କୋକୋ ଗୌଫ୍‌ ୨୦ ବର୍ଷରୁ କମ୍ ବୟସରେ ୟୁଏସ୍‌ ଓପନ୍‌ ଜିତିବାରେ ୧୦ମ ଖେଳାଳି ହୋଇ ପାରିଛନ୍ତି।

Show More

Related Articles

Back to top button