Breaking PLUSଦେଶପାଣିପାଗମୁଖ୍ୟ ଖବର

ବଙ୍ଗୋପସାଗର ସମୁଦ୍ର ମଧ୍ୟରେ ସୃଷ୍ଟି ହେଲା ଭୂକମ୍ପ

ହଠାତ୍ ମଧ୍ୟରାତ୍ରରେ ଥରି ଉଠିଛି ବଙ୍ଗୋପସାଗର । ସମୁଦ୍ର ପାଣି ମଧ୍ୟରେ ଜୋରଦାର ଭୂକମ୍ପର ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପ ତୀବ୍ରତା ୪.୪ ବୋଲି ଜଣା ପଡିଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜିର ସୂଚନା ଅନୁଯାଇ ଭୂକମ୍ପର ଗଭୀରତା ୭୦ କିଲୋମିଟର ଥିଲା । ବିଳମ୍ବିତ ରାତି ପ୍ରାୟ ୦୧.୨୯ ରେ ଭୂକମ୍ପ ହୋଇଥିଲା । ଏହା ପୂର୍ବରୁ ୯ ସେପ୍ଟେମ୍ବରରେ ଆଫ୍ରିକା ଦେଶ ମରକ୍କୋରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପରେ ୨,୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିଲା । ମରକ୍କୋରେ ହୋଇଥିବା ଭୂକମ୍ପର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ତେବେ ଭୂକମ୍ପର ପରିଣାମ ଏତେ ଭୟଙ୍କର ଯେ, ଏବେ ପର୍ଯ୍ୟନ୍ତ ସେଠାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏହି ଭୂକମ୍ପ ୩୫୦ କିଲୋମିଟର ପର୍ୟ୍ୟନ୍ତ ବ୍ୟାପିଥିଲା ।

କାହିଁକି ହୁଏ ଭୂମିକମ୍ପ
ପୃଥିବୀ ମଧ୍ୟରେ ୭ଟି ଟେକଟୋନିକ ପ୍ଲେଟ ଅଛି । ଏହି ପ୍ଲେଟ ଗୁଡିକ ଘୂରି ବୁଲୁଥାଏ । ଯେତେବେଳେ ଏହି ପ୍ଲେଟ ପରସ୍ପର ମଧ୍ୟରେ ଧକ୍କା ହୋଇଥାଏ, ସେତେବେଳେ ଭୂକମ୍ପର ଝଟକା ଲାଗିଥାଏ । ଭୂକମ୍ପ ମାପିବା ପାଇଁ ରିକ୍ଟର ସ୍କେଲର ବ୍ୟବହାର ହୋଇଥାଏ । କେତେ ପରିମାଣର ଭୂକମ୍ପ ହୋଇଛି ଏବଂ ଏହାର ଗଭୀରତା କେତେ ତାହା ରିକ୍ଟର ସ୍କେଲରେ ମପା ଯାଇଥାଏ । ଏହି ସ୍କେଲରେ ୧ରୁ ୯ ପର୍ୟ୍ୟନ୍ତ ଥାଏ । ୧ ମାନେ ସବୁଠାରୁ କମ ଭୂକମ୍ପ ହୋଇଥାଏ ଏବଂ ୯ ଅର୍ଥାତ ସବୁଠାରୁ ଅଧିକ ଭୂକମ୍ପ ହୋଇଥାଏ । ଯଦି ଭୂକମ୍ପ ୭ ଦେଖାଉଛି ତେବେ ଏହା ପାଖା ପାଖି ୪୦ କିଲୋମିଟର ପର୍ୟ୍ୟନ୍ତ ବ୍ୟାପିଥାଏ ।ଏହି ଭୂକମ୍ପ ୪ ପ୍ରକାରର ହୋଇଥାଏ । ପ୍ରଥମ ଇନଣ୍ଡ୍ୟୁସ ଭୂମିକମ୍ପ, ୨ୟ ଭଲକାନୀକ ଭୂକମ୍ପ, ୩ୟ କୋଲାପସ ଭୂକମ୍ପ, ୪ର୍ଥ ଏକ୍ସପ୍ଲୋଜନ ଭୂକମ୍ପ ।

Show More

Related Articles

Back to top button