ଆଇନ କାନୁନଓଡ଼ିଶାମନୋରଞନମନୋରଞ୍ଜନ

ସୌରିନ୍ ଙ୍କ ବିରୋଧରେ ଜାରି ହେଲା ନୋଟିସ୍

କଣ୍ଠଶିଳ୍ପି ସୌରିନ ଭଟ୍ଟଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କଲା କମିଶନରେଟ ପୋଲିସ । କୋଲକତାକୁ ଯାଇ ଖାଲି ହାତରେ ପୋଲିସ ଫେରିବା ପରେ, ଏହି ନିଷ୍ପତି ନେଇଛି ପୋଲିସ । କୋଲକାତାର ୩ଟି ସ୍ଥାନରେ ଖୋଜିବା ପରେ ପୋଲିସ ଫେଲ ମାରିଛି ।

ସୌରିନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଥିବା ବେଳେଲଏହାକୁ ନେଇ ପୂର୍ବରୁ ଆଗୁଆ ଜାମିନ ଖାରଜ କରିଛନ୍ତି ହାଇକୋର୍ଟ । ଏହାପରେ ସୌରିନଙ୍କୁ ଖୋଜିବା ପାଇଁ ୩ ଜଣିଆ ଟିମ କଟକରୁ କୋଲକାତାକୁ ଯାଇଥିଲେ । ସେଠାରେ କୋଲକାତା ପୋଲିସର ସହାୟତାରେ ରେଡ କରିଥିଲେ, କିନ୍ତୁ କୌଣସି ସୁରାଗ ନପାଇ ଖାଲି ହାତରେ ଫେରିଛି ପୋଲିସ । ତେଣୁ ବର୍ତ୍ତମାନ ସୌରିନଙ୍କ ବିରୋଧରେ ଲୁକ ଆଉଟ ନୋଟିସ୍ ଜାରି କରାଯାଇଛି।

 

Show More

Related Articles

Back to top button