ଓଡ଼ିଶାମୁଖ୍ୟ ଖବର

ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍

ଆଜିଠାରୁ ଦୀର୍ଘ ୭ ବର୍ଷ ପରେ ପୁଣି ଥରେ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ ।  ସେହି ଟ୍ରେନରେ ବସି ଚିଡିଆଖାନା ବୁଲିବାର ମଜା ନେଇପାରିବେ ପର୍ଯ୍ୟଟକ । ଆଜି ଏହାର ଲୋକାର୍ପଣ ହୋଇଛି । ଏହି ଟ୍ରେନରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ବସିପାରିବେ । ନନ୍ଦନକାନନ ବୁଲାବୁଲିରେ ନିଆରା ଅନୁଭୂତି ଆଣିଦେବ ଟଏ ଟ୍ରେନ୍ ।

ଏମସିଏଲ୍ ର ଆର୍ଥିକ ସହାୟତାରେ ନନ୍ଦନକାନନ ଭିତରେ ନିର୍ମାଣ ହୋଇଛି ୧.୨ କିଲୋମିଟର ଟ୍ରାକ୍, ବୁଲେଟ୍ ଟ୍ରେନ୍ ଓ ଷ୍ଟେସନ୍ । ଏହି ଟ୍ରେନରେ ଅଛି ୪ଟି ବଗି । ଥରକେ ୭୨ ଜଣ ଯାତ୍ରୀ ଟ୍ରେନରେ ବସି ଚିଡିଆଖାନରେ ବନ୍ୟଜନ୍ତୁଙ୍କୁ ଦେଖିବାକୁ ସୁଯୋଗ ପାଇବେ । ପ୍ରତି ବଗିରେ ୨ଟି ସିଟ୍ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ରହିଛି ।

ପ୍ରତିଦିନ ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏ ପର୍ଯ୍ୟଟକ ଟଏ ଟ୍ରେନରେ ବୁଲିବାର ମଜା ନେଇପାରିବେ । ଆଜି ଟଏ ଟ୍ରେନର ଲୋକାର୍ପଣ ସହ ନୂଆ ରୋପ୍ ଓ୍ୱେର ଶିଳାନ୍ୟାସ ବି ହୋଇଛି । ଏଥିପାଇଁ ୧୩ କୋଟିର ବ୍ୟୟ ଅଟକଳ ହୋଇଛି । ପିପିପି ମୋଡରେ ନିର୍ମାଣ ହେବ ଏହି ରୋପ୍ ଓ୍ୱେ ।

Show More

Related Articles

Back to top button