ବାଣିଜ୍ୟ

ମହଙ୍ଗା ହେଲା ପିଆଜ: କିଲୋ ପିଛା ବଢ଼ିଲା ଏତିକି ଟଙ୍କା

ସାରା ଦେଶରେ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ହେବାରେ ଲାଗିଛି। ଯାହାଫଳରେ ଖାଉଟି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗୋଟିଏ ପଟେ ପେଟ୍ରୋଲ-ଡିଜେଲ ଦାମ ବୃଦ୍ଧି ପାଇଛି। ଏପଟେ ପୁଣି ରାଜଧାନୀ ଦିଲ୍ଲୀରେ ପିଆଜ ଦାମ ବୃଦ୍ଧି ପାଇଛି। ପିଆଜ ରିଟେଲ ଦାମ ୧୦-୨୦ ଟଙ୍କା ବୃଦ୍ଧି ପାଇଛି। ଏହା ପୂର୍ବରୁ ପିଆଜ କିଲୋ ପ୍ରତି ୩୦ ଟଙ୍କା ଥିଲା। କିନ୍ତୁ ଏବେ ଦାମ ବୃଦ୍ଧି ହୋଇଛି।

ଇନ୍ଧନ ଦାମରେ ଗତ କିଛି ଦିନ ହେଲା ନିଆଁ ଲାଗିଛି। ଯେଉଁଥିପାଇଁ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିଛି। ଏବେ ପୁଣି ପିଆଜ ଦାମ ବି ବଢି ଯାଇଛି। ଦିଲ୍ଲୀରେ ବର୍ତ୍ତମାନ ପିଆଜ କିଲୋ ପିଛା ୫୦ ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଦାମ ବୃଦ୍ଧି ପଛର କାରଣ ବର୍ଷା ବୋଲି କୁହାଯାଉଛି। ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି। ସେଥିପାଇଁ ଦାମ ବଢି ଯାଇଛି। ଆଗାମୀ ଦିନରେ ପିଆଜ ଦାମ ଆହୁରି ବଢିବ ବୋଲି କୁହାଯାଉଛି।

Show More

Related Articles

Back to top button