ବାଣିଜ୍ୟ

ମହଙ୍ଗା ହେବ ଜିନ୍ସ ଓ ଟି-ସାର୍ଟ

ଦାମ ବଢାଇବାକୁ ବିଚାର କରୁଛନ୍ତି ବସ୍ତ୍ର ନିର୍ମାତା

କପା ଦାମ ବୃଦ୍ଧି ଜାରି ରହିଛି। ଗତ ବର୍ଷରୁ ଲଗାତାର କପା ଦାମ ବଢି ଚାଲିଛି। ବର୍ତ୍ତମାନ ଏହାର ପ୍ରଭାବ ମଧ୍ୟ ପଡିବାରେ ଲାଗିଲାଣି। ପରିଧାନ ନିର୍ମାତା କପା ଦରଦାମ ବୃଦ୍ଧି ସହ ସଂଘର୍ଷ କରି କରି ଶେଷକୁ ଉତ୍ପାଦ ଦାମ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ପୋଷାକ ଉତ୍ପାଦନକାରୀଙ୍କ ଏହି ନିଷ୍ପତ୍ତି ପରେ ରେଡ଼ିମେଡ଼ ପୋଷାକ ଭାରତରେ ମହଙ୍ଗା ହେବ। ଇଣ୍ଡିଆନ୍ ଟେରେନ୍ ଏବଂ ରେମଣ୍ଡ୍ ୟୁକୋ ଡେନିମ୍ ଭଳି ବ୍ରାଣ୍ଡ ଅଧିକ ମହଙ୍ଗା ହେବ। ଅନେକ ଅନ୍ତବସ୍ତ୍ର ବ୍ରାଣ୍ଡ ନିଜର ମୂଲ୍ୟ ବୃଦ୍ଧି କରିସାରିଛି। ଅନ୍ତବସ୍ତ୍ର ବ୍ରାଣ୍ଡ ଏନାମୋର ସିଇଓ ଶେଖର ତିୱାରୀ କହିଛନ୍ତି ଯେ କପା ଓ ସୁତା ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ତାଙ୍କ କମ୍ପାନୀ ଅନ୍ତବସ୍ତ୍ର ମୂଲ୍ୟ ବୃଦ୍ଧି କରିଛି। କୋଭିଡ ମହାମାରୀ ହେତୁ ଚାହିଦା ମଧ୍ୟ ହ୍ରାସ ପାଇଛି। ତେଣୁ କପା ମୂଲ୍ୟରେ ଦ୍ରୁତ ଗତିରେ ବୃଦ୍ଧି ସେମାନଙ୍କ ବ୍ୟବସାୟକୁ ପ୍ରଭାବ ପକାଇଛି। କିନ୍ତୁ ବର୍ତ୍ତମାନ ପୋଷାକର ଚାହିଦା ପାର୍ବଣ ଋତୁରେ ସ୍ଥିତି ସୁଧୁରିଲା ଭଳି ନଜର ଆସୁଛି। ପୋଷାକ ନିର୍ମାତାମାନେ କହିଛନ୍ତି ଯେ ସେମାନେ ଆଉ କ୍ଷତି ସହିବାକୁ ସ୍ଥିତିରେ ନାହାଁନ୍ତି, ଏକମାତ୍ର ସମାଧାନ ହେଉଛି ରେଡ଼ିମେଡ଼ ପୋଷାକର ମୂଲ୍ୟ ବୃଦ୍ଧି କରିବା।

ଇଣ୍ଡିଆନ୍ ଟେରେନ୍ ର ମ୍ୟାନେଜିଂଗ ଡାଇରେକ୍ଟର ବିଦ୍ୟୁତ ରାଜଗୋପାଳ କହିଛନ୍ତି ଯେ ଏବେ ଯାଏଁ ଆମେ ନିଜ ସ୍ଥରରେ ଆମେ ସୂତା ଏବଂ ୟାର୍ନ କିଣି ମୂଲ୍ୟକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛୁ ଏବଂ ଆମର ଷ୍ଟକ୍ ଆସନ୍ତା ୩-୪ ମାସ ପାଇଁ ପ୍ରସ୍ତୁତ। ସେ କହିଛନ୍ତି ଯେ ବର୍ତ୍ତମାନ ଯଦି ଆସନ୍ତା ୬ ମାସ ମଧ୍ୟରେ ମୂଲ୍ୟ ହ୍ରାସ ନହୁଏ ଏବଂ ଏହା ସେମାନଙ୍କ ପାଇଁ ଅସହ୍ୟ ହେବ ଏବଂ ସେମାନେ ମୂଲ୍ୟ ବୃଦ୍ଧି କରିବାକୁ ଚିନ୍ତା କରିବେ। ଆନ୍ତର୍ଜାତୀୟ ତଥା ଜାତୀୟ ବ୍ରାଣ୍ଡକୁ ଡେନିମ୍ ଯୋଗାଉଥିବା ଡେନିମ୍ ନିର୍ମାତା ରେମଣ୍ଡ୍ ୟୁକୋ ଡେନିମ୍ ବର୍ତ୍ତମାନ ମୂଲ୍ୟ ବୃଦ୍ଧି ଉପରେ ଜୋର ଦେଉଛି। ଡେନିମରେ କପା ସର୍ବାଧିକ ବ୍ୟବହୃତ ହୁଏ। ଡେନିମ୍ ଉତ୍ପାଦନ ଅଧା କପା ବ୍ୟବହୃତ ହୁଏ। ଅନ୍ୟାନ୍ୟ ପୋଷାକ ଉତ୍ପାଦ ଯେପରିକି ଟି-ସାର୍ଟରେ ୪୦-୫୦ ପ୍ରତିଶତ କପା ଏବଂ ଅନ୍ତବସ୍ତ୍ରରେ ୧୦-୨୦ ପ୍ରତିଶତ ସୁତୀ ରହିଥାଏ।

Show More

Related Articles

Back to top button