Breaking PLUSଓଡ଼ିଶାମୁଖ୍ୟ ଖବର

ଢେଙ୍କାନାଳରେ ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଜି ଢେଙ୍କାନାଳ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ତେବେ ଢେଙ୍କାନାଳ ଗସ୍ତ କରି BSKYରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ତଥା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାଶ କରିବା ଅବସରରେ ଢେଙ୍କାନାଳରେ ପର୍ଯ୍ୟଟନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ।

ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଶୈବ ପୀଠଗୁଡିକର ଉନ୍ନତି ସାଙ୍ଗକୁ ଅନ୍ୟ ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ଏହି ଟଙ୍କା ଖର୍ଚ୍ଚ କରାଯିବ । ଏହା ଢେଙ୍କାନାଳବାସୀଙ୍କ ପାଇଁ ଏକ ଖୁସି ଖବର ବୋଲି ପ୍ରକାଶ କରି ଢେଙ୍କାନାଳ ବିଧାୟକ ଢେଙ୍କାନାଳର ପର୍ଯ୍ୟଟନ ବିକାଶ ହେବ ସହ ପର୍ଯ୍ୟଟକମାନଙ୍କ ବୃଦ୍ଧି ଘଟିବା ସଂଗେ ସଂଗେ ଆନୁସଙ୍ଗିକ ବ୍ୟବସାୟ ବଢି ଲୋକ ଢେଙ୍କାନାଳ ବାସୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହେବେ ବୋଲି ସୂଚନା ଦେଇଛନ୍ତି ।

Show More

Related Articles

Back to top button