ଓଡ଼ିଶାସ୍ୱାସ୍ଥ୍ୟ

ଦେଶରେ ଥମୁଛି ସଂକ୍ରମଣ,୨୪ ଘଣ୍ଟାରେ ୧,୩୨୧ ନୂତନ ସଂକ୍ରମଣ ଚିହ୍ନଟ

ଦେଶରେ ଥମୁଛି ସଂକ୍ରମଣ । ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମି ୧,୩୨୧ ରହିଛି।

ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩ ରହିଛି।   ସକ୍ରିୟ ମାମଲା କମି ୧୭ ହଜାର ୯୧୨ ରେ ପହଞ୍ଚିଛି। ୨୪ ଘଣ୍ଟାରେ ୧ ହଜାର ୭୨୩ ଜଣ ସୁସ୍ଥ ହୋଇଛନ୍ତି। । ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୯ ହଜାର ୨୪ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୫୩ ହଜାର ୫୯୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୬ ହଜାର ୬୫୬ ଜଣ ସୁସ୍ଥ ହୋଇ ସାରିଛନ୍ତି।

Show More

Related Articles

Back to top button