ଓଡ଼ିଶାବ୍ୟକ୍ତିତ୍ୱ

ଆଜି ଶ୍ରୀମନ୍ଦିର ଦର୍ଶନ କରି ମହାପ୍ରସାଦ ସେବନ କରିବେ ରାଷ୍ଟ୍ରପତି

ଆଜିଠୁ ୨ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ତେବେ ପ୍ରଥମେ ଶ୍ରୀମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ପୁରୀ ରାଜଭବନରେ ରାଷ୍ଟ୍ରପତିଙ୍କ ପାଇଁ ବ୍ରେକଫାଷ୍ଟର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ମେନ୍ୟୁରେ ଅନେକ ପ୍ରକାର ବିନା ପିଆଜ ରସୁଣ ଖାଦ୍ୟରେ ରହିଛି ତରଭୁଜ ଜୁସ, ସପୁରୀ ଜୁସ, ବିଭିନ୍ନ ଫଳ ଜୁସ, ଡାଏଟ କୋକ, ଭିନ୍ ଓ୍ବାଟର, ମିନେରାଲ ପାଣି, ଚା ଓ କଫି, ପଇଡ଼ ପାଣି, ଚିଜ୍ ଓ ଚଟନି ସାଣ୍ଡଓ୍ବିଚ୍, କିସମିସ ମିଶା କଦଳୀ କେକ୍, ଆପୁଲ କ୍ରୋସାଣ୍ଟ, ପୋଦିନା ଓ ତେନ୍ତୁଳି ଚଟଣୀ ସହ ଆଳୁ ଚପ୍, କର୍ନ ଚିଜ୍ ରାପ୍ ରହିଛି ।

ଏହାବ୍ୟାତୀତ ଛୋଟ ଇଡଲି, ସମ୍ବର ଚଟଣି, ଢୋକଲା, ବିଦେଶୀ ଫଳ, ଡ୍ରାଏ ଫ୍ରୁଟ୍ସ, ଫ୍ରେସ କଟ୍ ଫ୍ରୁଟସ୍, ଛେନା ଝିଲି ଓ ଗୁଡ଼ରେ ପ୍ରସ୍ତୁତ ହୋଇଥିବା ସନ୍ଦେଶ ରାଷ୍ଟ୍ରପତିଙ୍କ ମେନ୍ୟୁରେ ରହିଛି ।

ମଧ୍ୟାହ୍ନରେ ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି ।

Show More

Related Articles

Back to top button