ଓଡ଼ିଶାପାଣିପାଗସ୍ୱତନ୍ତ୍ର

ଆସନ୍ତା ସପ୍ତାହରୁ ରାଜ୍ୟରେ ବୃଦ୍ଧି ପାଇବ ଥଣ୍ଡା

ଧୀରେ ଧୀରେ ହ୍ରାସ ପାଉଛି ତାପମାତ୍ରା । ଆସନ୍ତା ସପ୍ତାହରୁ ରାଜ୍ୟରେ ବୃଦ୍ଧି ପାଇବ ଥଣ୍ଡା। ୨ରୁ ୩ ଡିଗ୍ରି କମିବ ରାତିର ତାପମାତ୍ରା । ଅନେକ ସ୍ଥାନରେ କୁହୁଡି ପଡିବା ସମ୍ଭାବନା । ଏବେ ମେଘମୁକ୍ତ ଆକାଶ ସହିତ ପୂର୍ବାବାୟୁ ଚଳନ କମିଥିବାରୁ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

ପାଗ ଶୁଖିଲା ରହିବା ସହ ସର୍ବନିମ୍ନ ତାପମାତ୍ରାରେ ସେ‌ତେଟା ପରିବର୍ତ୍ତନ ହେବ ନାହିଁ। ତେବେ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ପଡ଼ିବ। ଏହାବ୍ୟତୀତ ଅନୁଗୁଳ, ବଲାଙ୍ଗୀର, ଗଜପତି ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ୧୨ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରାରେ ସେ‌ତେଟା ପରିବର୍ତନ ହେବ ନାହିଁ। ଏହାପରେ ରାଜ୍ୟର ଅନେକ ସ୍ଥାନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ତେଣୁ ଥଣ୍ଡା ଅନୁଭୂତ ହେବ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ସେମିଳିଗୁଡ଼ା ହିଲ୍‌ ଷ୍ଟେସନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ବୌଦ୍ଧରେ ୧୪ ଡିଗ୍ରି ଥିବା ବେଳେ ଦାରିଙ୍ଗବାଡ଼ିରେ ୧୪.୫, ଫୁଲବାଣୀରେ ୧୫.୫, କେନ୍ଦୁଝରଗଡ଼ରେ ୧୬, ଭବାନୀପାଟଣାରେ ୧୬.୨ ଡିଗ୍ରି ରେକର୍ଡ ହୋଇଛି।

Show More

Related Articles

Back to top button