ସ୍ୱତନ୍ତ୍ର

ଛାଡ଼ଖାଇ

ମାସଯାକ ଯାହା ଥିଲା ଛାଡ଼
ଆଜି ତା ଉପରେ ମାଡ଼,
ମାଛ,ଛେଳି ଓ କୁକୁଡ଼ା ଯେତେ
ଦିଶୁଥାଇ ଚାରିଆଡ଼ l

ଘର ଆଜି  ମହ ମହ  ବାସେ
ନାନାଦି ବ୍ୟଞ୍ଜନ ବାଢ଼,
କାଲି ଦେଖିବ  ପାଚିରୀ  କଡ଼
ଛେଳି କୁକୁଡ଼ା ର ହାଡ଼ l

ଗଦା  ହୋଇଥିବ  କୁଢ଼  କୁଢ଼
ଛୋଟିଆ ଗୋଟେ ପାହାଡ଼,
ନିଜ ନାକ  ନିଜେ  ଚିପି  ଧରି
ଯତନେ ତାହାକୁ କାଢ଼ l

ଛାଡ଼ଖାଇ ଉପଭୋଗ କରନ୍ତୁ
🙏ଦିଲ୍ଲୀପ ଶତପଥି 🙏

Show More

Related Articles

Back to top button