ଖେଳଦେଶଦେଶ ବିଦେଶ

ଆଜି ସେମି ଫାଇନାଲରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ

ଆଜି ସେମି ଫାଇନାଲରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ । ଏଥିପାଇଁ ଭାରତ ରଣନୀତି ପ୍ରସ୍ତୁତ କରିୟାରିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ସୁପର-୧୨ ପର୍ଯ୍ୟାୟରେ ଇଂଲଣ୍ଡ ତୁଳନାରେ ଭାରତର ଭଲ ପ୍ରଦର୍ଶନ ରହିଛି । ଆଜିର ମ୍ୟାଚରେ ଯିଏ ବିଜେତା ବେବ ସେ ଆଗାମୀ ୧୩ରେ ପାକିସ୍ଥାନ ବିପକ୍ଷରେ ଖେଳିବ ।

ତେବେ ଏବି ଦ୍ୱିତୀୟ ସେମି ଫାଇନାଲ ଭାରତୀୟ ସମୟ ୧ଟା୩୦ରେ ଖେଳାଯିବ । ୧୯୮୭ କ୍ରିକେଟ୍ ପର ଠାରୁ ଉଭୟ ଦଳ ପ୍ରଥମ ଥର ପାଇଁ ପରସ୍ପର ବିରୁଦ୍ଧରେ ବିଶ୍ବକପ ସେମି ଫାଇନାଲରେ ମୁହାଁମୁହିଁ ହେବେ ।ତେବେ ଟି -20 ବିଶ୍ୱକପ ଇତିହାସରେ ଉଭୟ ଭାରତ ଏବଂ ଇଂଲଣ୍ଡ 2007 ଏବଂ 2012ରେ ଦୁଇଥର ପରସ୍ପରକୁ ଭେଟିଥିବା ବେଳେ ଦୁଇଟିଯାକ ମ୍ୟାଚରେ ଭାରତ ବିଜୟୀ ହୋଇଛି । 2007ରେ ଭାରତ ଟ୍ରଫି ଜିତିଥିବା ବେଳେ, 2010 ରେ ଇଂଲଣ୍ଡ ବିଜୟୀ ହୋଇଥିବାରୁ ଉଭୟ ଦଳ ଇତିହାସରେ ଦ୍ବିତୀୟ ଟାଇଟଲ୍ ଜିତିବାକୁ ଚେଷ୍ଟା କରିବେ ।

ଭାରତ-ଇଂଲଣ୍ଡ ମ୍ୟାଚ୍‌କୁ ନେଇ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣା ହୋଇସାରିଛି । ଆଜି ଆଡିଲେଡ୍‌ ରୋହିତ ବାହିନୀ କିଭଳି ଇଂଲଣ୍ଡକୁ ଚକମା ଦେଉଛି ତାହାକୁ ସମସ୍ତଙ୍କର ଅପେକ୍ଷା । ରୋହିତ, ରାହୁଲ, ବିରାଟ କୋହଲିଙ୍କ ସମେତ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ଉପରେ ଦଳର ଜିତିବା ନିର୍ଭର କରିବ । ଚଳିତ ବିଶ୍ବକପରେ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ ଆଶା କରୁଛନ୍ତି ପ୍ରଶଂସକ । ଆଜି ପନ୍ତ ଖେଳୁଛନ୍ତି କି ଦିନେଶ କାର୍ତ୍ତିକ ଖେଳୁଛନ୍ତି ତାହା ର ନିଷ୍ପତ୍ତି କୋଚ ଏବଂ ଅଧିନାୟକ ନେବେ ।

 

Show More

Related Articles

Back to top button