Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆଜିର ଖବର

ବାତିଲ ହେବନି ମାଟ୍ରିକ୍ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ।

ତାରିଖ ୨୪-୦୨-୨୦୨୨/ଗୁରୁବାର

୧-ବାତିଲ ହେବନି ମାଟ୍ରିକ୍ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା । ସିବିଏସସି, ଆଇସିଏସସି ଓ ରାଜ୍ୟ ବୋର୍ଡର ମାଟ୍ରିକ୍ ଏବଂ ଦ୍ୱାଦଶ ପରୀକ୍ଷା ମାମଲାରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନାୟାଳୟ । ଅଫଲାଇନ୍ ପରୀକ୍ଷା ବିରୋଧରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ନିୟମ ଓ ତାରିଖ ଆସି ନଥିବାବେଳେ କାହିଁକି ଏଭଳି ଆବେଦନ ହୋଇଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

୨-ଚଳିତ ନିର୍ବାଚନରେ ଯେଉଁ ଘଟଣା ରାଜ୍ୟର ବିଭିନ୍ନ ସ୍ଥାନରେ ରୋଚକ ପରିସ୍ଥିତି ସୃଷ୍ଟି କରିଛି, ତାହା ହେଉଛି ଷ୍ଟ୍ରଙ୍ଗ୍‌ରୁମ୍‌ ସାମ୍‌ନାରେ ପଇଁତରା। ଷ୍ଟ୍ରଙ୍ଗ୍‌ରୁମ୍‌କୁ ଜଗିବା ପାଇଁ କେଉଁଠି ମଞ୍ଚା ବନ୍ଧା ହୋଇଛି ତ ଆଉ କେଉଁଠି ୫୦ ଇଞ୍ଚ୍‌ର ସିସିଟିଭ ଲାଗିଛି। ଏବେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ଭୋଟ୍ ବାକ୍ସ୍‌ର ସୁରକ୍ଷା ପାଇଁ ୨ଜଣ ପ୍ରାର୍ଥୀ ବିଡିଓଙ୍କ ପାଦତଳେ ପଡ଼ିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ ଅଫିସ୍ ଭିତ‌ରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

୩-ବନ୍ଧାହେଲେ ନକଲି ଡାକ୍ତରଙ୍କ ଭଉଣୀ, ନଣନ୍ଦ ପୁଟୁଳି ଲୋଭରେ ବହୁ ବିବାହରେ ଥିଲେ ସାମିଲ୍‌ – ମିଳିମିଶି ଠକୁଥିଲେ ।

୪-କଟକଣାକୁ ରୁଷ୍‌ର ବେଖାତିର: ଆକ୍ରମଣ ଲାଗି ପ୍ରସ୍ତୁତି, ବେଲାରୁସ୍‌ରେ ବିଶାଳ ସୈନ୍ୟ ଛାଉଣି ।

୫-UNGAରେ ୟୁକ୍ରେନର ଗୁହାରୀ, କହିଲା ଋଷିଆକୁ ଅଟକାଇବା ପାଇଁ ଶେଷ ସୁଯୋଗର ଉପଯୋଗ ଏବେ ଜରୁରୀ ।

୬–ମହାଶିବରାତ୍ରୀ : ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ ।

୭-ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନିରବ ମୋଦୀ, ମେହୁଲ ଚୋକସିଙ୍କ ଠାରୁ ୧୮ ହଜାର କୋଟି ଟଙ୍କା ଉଦ୍ଧାର ହୋଇଛି: ସୁପ୍ରିମ୍‌ କୋର୍ଟଙ୍କୁ କହିଲେ ସରକାର ।

୮-ବଢ଼ିଲା ବାୟୁସେନାର ବଳ । ଭାରତରେ ପହଞ୍ଚିଲା ଆଉ ୩ଟି ରାଫେଲ୍ ଯୁଦ୍ଧବିମାନ ।

୯-ଗିରଫ ହେଲେ ନୱାବ ମଲ୍ଲିକ । ମନି ଲଣ୍ଡ୍ରିଂ ମାମଲାରେ ଫସିଲେ ମହାରାଷ୍ଟ୍ର ମନ୍ତ୍ରୀ ।

୧୦-ୟୁକ୍ରେନ ସଂକଟ: ସୁରକ୍ଷା ଲାଗି ସାଙ୍ଗରେ ଆଗ୍ନେୟାସ୍ତ୍ର ରଖିବାକୁ ନାଗରିକଙ୍କୁ ଅନୁମତି ଦେଲେ ସଂସଦ ।

୧୧-ୟୁକ୍ରେନ୍ ସଙ୍କଟ: ଭାରତ କହିଲା ସମସ୍ୟାର ସମାଧାନ ଯୁଦ୍ଧ ନୁହେଁ । ସେପଟେ ଋଷ କହିଲା ସଙ୍କଟ ପାଇଁ ଭାରତ ସହ ଖରାପ ହେବନି ସର୍ମ୍ପକ।

୧୨-ବଦଳିବ ‘ଗଙ୍ଗୁବାଇ କାଠିଆୱାଡି’ର ନାଁ ! ରିଲିଜର ଦୁଇ ଦିନ ପୂର୍ବରୁ ଫିଲ୍ମର ନାଁ ପରିବର୍ତ୍ତନ କରିବାକୁ SCଙ୍କ ପରାମର୍ଶ ।

୧୩-ଠକ ଡାକ୍ତର ରମେଶ ସ୍ୱାଇଁଙ୍କ କୁକର୍ମରେ ସାମିଲ ଥିଲା ଭଉଣୀ । ଏକାଧିକ ବିବାହରେ ଥିଲା ସମ୍ପୃକ୍ତି, ଖୋଲୁଛି ଠକେଇ ଚିଠା ।

୧୪-ନୂତନ ଶକ୍ତି ବଳରେ ଆସନ୍ତା ୨୦ ବର୍ଷରେ ଭାରତ ହେବ ମହାଶକ୍ତି: ମୁକେଶ ଅମ୍ବାନି ।

୧୫-ଢିଙ୍କିଆରେ ଜନଶୁଣାଣି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ପୃଥକ ରିପୋର୍ଟ ଦେବେ ୫ ଜଣିଆ କମିଟି ।

 

Show More

Related Articles

Back to top button