Breaking PLUSଖେଳଦେଶଦେଶ ବିଦେଶମୁଖ୍ୟ ଖବର

ଆଜି ଏସିଆ କପ୍ ଫାଇନାଲ ମୁକାବିଲା

ଏସିଆ କପ୍‌ କ୍ରିକେଟର ୧୬ତମ ସଂସ୍କରଣର ଫାଇନାଲ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାର କଲମ୍ବୋର ଆର. ପ୍ରେମାଦାସ ଷ୍ଟାଡ଼ିୟମରେ ଖେଳାଯିବ। ଭାରତ ୧୧ମ ଥର ଓ ଶ୍ରୀଲଙ୍କା ୧୨ମ ଥର ଲାଗି ଫାଇନାଲ ଖେଳିବାକୁ ଯାଉଛନ୍ତି। ଭାରତ ସର୍ବାଧିକ ୭ଥର ଓ ଶ୍ରୀଲଙ୍କା ଦ୍ବିତୀୟ ସର୍ବାଧିକ ୬ଥର ଚମ୍ପିଆନ ହୋଇଛି। ଅନ୍ୟପକ୍ଷରେ ଭାରତ ଓ ଶ୍ରୀଲଙ୍କା ଏସିଆ କପ୍‌ ଫାଇନାଲରେ ଅଷ୍ଟମ ଥର ଲାଗି ମୁହାଁମୁହିଁ ହେବାକୁ ଯାଉଛନ୍ତି। ପୂର୍ବରୁ ଉଭୟେ ଦଳ ୭ଥର ଫାଇନାଲ ଖେଳିଛନ୍ତି। ସେଥିମଧ୍ୟରୁ ଭାରତ ୪ଥର ଓ ଶ୍ରୀଲଙ୍କା ୩ଥର ବିଜେତା ହୋଇଛି।

Show More

Related Articles

Back to top button