Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ବଢିଲା ନୋବେଲ ପୁରସ୍କାର ରାଶି

ନୋବେଲ୍‌‌ ପୁରସ୍କାର ବିଜେତା ପାଇବେ ୯ ଲକ୍ଷ ୮୬ ହଜାର ଡଲାର

ଷ୍ଟକ୍‌‌ହୋମ୍‌‌ : ନୋବେଲ୍‌‌ ପୁରସ୍କାର ରାଶି ବୃଦ୍ଧି ପାଇଛି । ଚଳିତବର୍ଷର ନୋବେଲ୍‌‌ ପୁରସ୍କାର ବିଜେତାମାନେ ଆଉ ଅତିରିକ୍ତ ୧ ନିୟୁତ କ୍ରାଉନ୍‌‌(ସ୍ବିଡିସ କ୍ରାଉନ୍‌‌) ଅର୍ଥ ପାଇବେ ବୋଲି ନୋବେଲ୍‌‌ ଫାଉଣ୍ଡେସନ୍‌‌ ଘୋଷଣା କରିଛି । ଫଳରେ ୨୦୨୩ ନୋବେଲ ପୁରସ୍କାର ବିଜେତାମାନେ ମୋଟ୍‌‌ ୧୧ ନିୟୁତ ସ୍ବିଡିସ କ୍ରାଉନ୍‌‌ ପାଇବେ, ଯାହାର ମୂଲ୍ୟ ୯ଲକ୍ଷ ୮୬ ହଜାର ଡଲାର ଅର୍ଥାତ୍‌‌ ଭାରତୀୟ ମୁଦ୍ରାରେ ୮ କୋଟି ୧୦ ଲକ୍ଷ ଟଙ୍କା । ନୋବେଲ ପୁରସ୍କାରର ଦୀର୍ଘ ୧୦୦ ବର୍ଷର ଇତିହାସରେ ଏହା ଆଉ ଏକ ଉଲ୍ଲେଖନୀୟ ଘଟଣା ।

୨୦୧୨ ମସିହାରେ ନୋବେଲ୍‌‌ ଫାଉଣ୍ଡେସନ୍‌‌ ପୁରସ୍କାର ବାବଦ ଅର୍ଥ ୧୦ ନିୟୁତ କ୍ରାଉନ୍‌‌ରୁ ୮ ନିୟୁତ କ୍ରାଉନ୍‌‌କୁ ହ୍ରାସ କରିଥିଲା। କିନ୍ତୁ ପରେ ପୁରସ୍କାର ଅର୍ଥ ଧୀରେ ଧୀରେ ବୃଦ୍ଧି କରାଯାଇଥିଲା । ଚଳିତବର୍ଷର ନୋବେଲ୍‌‌ ପୁରସ୍କାର ବିଜେତାମାନଙ୍କ ନାମ ଆସନ୍ତା ମାସରେ ଘୋଷଣା କରାଯିବ। ଏହା ପରେ ଡିସେମ୍ବର ୧୦ ତାରିଖରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ନୋବେଲ୍‌‌ ଶାନ୍ତି ପୁରସ୍କାର ଓସ୍‌‌ଲୋରେ ଦିଆଯାଉଥିବା ବେଳେ ଅନ୍ୟ ପୁରସ୍କାର ଗୁଡ଼ିକୁ ଷ୍ଟକ୍‌‌ହୋମ୍‌‌ରେ ଦିଆଯାଏ ।

Show More

Related Articles

Back to top button