Breaking PLUSଦେଶ ବିଦେଶସ୍ୱାସ୍ଥ୍ୟ

ଏଣିକି ଇଂଜେକ୍ସନ ନେଲା ବେଳେ ପିଲାମାନେ କାନ୍ଦିବେନି ହସି ହସି ଇଂଜେକ୍ସନ ନେବେ

ସାଧାରଣତଃ ଇଞ୍ଜେକସନ ନେବା ବେଳେ ପିଲା ମାନେ ଖୁବ ଜୋରରେ କାନ୍ଦିଥା’ନ୍ତି । ଯନ୍ତ୍ରଣା ସହ୍ୟ ନ କରିପରି ଇଞ୍ଜେକସନ ନେବାରେ ବହୁତ ବିଳମ୍ବ କରିଥା’ନ୍ତି । ଏହି ସମୟରେ ଆପଣ ତାଙ୍କୁ ସାହସ ଦେବାକୁ ଯାଇ କହିଥାନ୍ତି, କିଛି ହବନି, ଜମା କାଟିବନି ତୁ ମାମୁଁ ଘର ଆଡେ ଅନା। ତଥାପି ସେମାନେ କିଛି ନ ବୁଝି କାନ୍ଦିଥାନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ଏଭଳି ଏକ ଯନ୍ତ୍ର ପ୍ରସ୍ତୁତ କରାଯାଇଛି ଯେଉଁଥିରେ ପିଲା ମାନେ ଇଞ୍ଜେକସନ ନେବା ବେଳେ କାନ୍ଦିବେ ନାହିଁ ବରଂ ହସିବେ । ଆଉ ସବୁଠୁ ବଡ଼ କଥା ହେଉଛି ଏହି ଇଞ୍ଜେକସନ ଦେବାପାଇଁ କୌଣସି ଡାକ୍ତର କିମ୍ଵା ନର୍ସଙ୍କର ଦରକାର ପଡିବ ନାହିଁ। ଏଭଳି ଏକ ଯନ୍ତ୍ରଣା ମୁକ୍ତ ଇଞ୍ଜେକସନ ଆବିଷ୍କାର କରିଛନ୍ତି ଜାପାନ ବୈଜ୍ଞାନିକ ଦଳ । ଯାହା ଦେଖିବାକୁ ଏକଦମ ଖେଳନା ପରି ହୋଇଥିବା ବେଳେ ଏଥିରେ ଛୁଞ୍ଚି ରଖାଯାଇ ନାହିଁ। ଟୋକିଓ ବିଶ୍ଵବିଦ୍ୟାଳୟରେ ଗବେଷଣା କରୁଥିବା ବିଶେଷଜ୍ଞ ଦଳ ଶାରୀରିକ ଯନ୍ତ୍ରଣାରୁ ରକ୍ଷା ପାଇବାପାଇଁ ଏକ ବିଶେଷ ଧରଣର ପେଚ ଆକୃତିର ଇଞ୍ଜେକସନ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଇଞ୍ଜେକସନରେ ଲାଗିଥିବା ପେଚଟି ଛୋଟା ମାଇକ୍ରୋ ଛୁଞ୍ଚି ଦ୍ଵାରା ପ୍ରସ୍ତୁତ। ଶରୀରରେ ଫୋଡା ହେବା ପରେ ଏହା ଯନ୍ତ୍ରଣା ଅନୁଭବ ହୁଏନାହିଁ। ଛୁଞ୍ଚି ଏଥିରେ ନଥିବାରୁ ପିଲା ମାନଙ୍କ ପାଇଁ ଏହା ବହୁତ ସହାୟକ ହେବ ବୋଲି ଗବେଷକ ଅନୁମାନ କରିଛନ୍ତି। ଆଉ ମଧୁମେହରେ ଆକ୍ରାନ୍ତ କେତେଜଣ ରୋଗୀ ନିୟମିତ ଭାବେ ଇନସୁଲିନ ଇଞ୍ଜେକସନ ନେଇଥାନ୍ତି ।ଛୁଞ୍ଚି ଦେହରେ ଫୋଡି ହେବାମାତ୍ରେ ଯନ୍ତ୍ରଣା ମଧ୍ୟ ହୋଇଥାଏ । ତେବେ ଏଭଳି କ୍ଷେତ୍ରରେ ମଧ୍ୟ ଏହା ଖୁବ ସହାୟକ ହେବ ।

Show More

Related Articles

Back to top button