Breaking PLUSଓଡ଼ିଶାପୂଜା ପାର୍ବଣମୁଖ୍ୟ ଖବର

ଆଜି ଶ୍ରୀମନ୍ଦିରରେ ଛତିଶା ନିଯୋଗ ବୈଠକ

ମହାପ୍ରଭୁଙ୍କ ଦୋଳ ପୂର୍ଣ୍ଣିମା ନୀତି ହେବ ନିର୍ଘଣ୍ଟ, ରବିବାର ମିଳିପାରେ ଜଗା ଦର୍ଶନ

ଶନିବାର ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ଆଜିର ବୈଠକରେ ହେବ ଆଲୋଚନା । ଶନିବାର ସଂଧ୍ୟା ୫ଟାରେ ବସିବ ଏହି ବୈଠକ । ତେବେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ଛତିଶା ନିଯୋଗର ସେବାୟତ ପ୍ରତିନିଧି ମାନେ ଯୋଗ ଦେବେ।

ଏହି ବୈଠକରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ସହ ରବିବାର ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ କି ନାହିଁ ସେନେଇ ଆଲୋଚନା କରାଯିବ। ସେହିପରି ଶ୍ରୀମନ୍ଦିର ନୀତି କାନ୍ତି ଓ ଶୃଙ୍ଖଳିତ ଦର୍ଶନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସୂଚନା ମିଳିଛି।

Show More

Related Articles

Back to top button