ଓଡ଼ିଶାପାଣିପାଗମୁଖ୍ୟ ଖବର

ଆଜି ବୌଦ୍ଧ ପାଲଟିଛି ସବୁଠାରୁ ଉତ୍ତପ୍ତ ସହର

୪୦ ଡିଗ୍ରୀ ପାର୍ ୨୨ ସହର

ଭୁବନେଶ୍ବର: ତାତିରେ ସିଝୁଛି ସାରା ଓଡିଶା । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ସକାଳ ୯ଟାରୁ ଖରା ଅତ୍ୟଧିକ ଟାଣ ହେବାସହ ପ୍ରବଳ ଗୁଳୁଗୁଳି ହେଉଛି । ଆଜି ୪୦ ଡିଗ୍ରୀ ପାର୍ କରିଛି ୨୨ ସହର । ୪୪.୫ ଡିଗ୍ରୀ ତାପମାତ୍ରା ସହ ଆଜି ବୌଦ୍ଧ ପାଲଟିଛି ସବୁଠାରୁ ଉତ୍ତପ୍ତ ସହର ।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟର ୪୦ ଡିଗ୍ରିରୁ ଊର୍ଦ୍ଧ୍ବରେ ରହିଛି ୨୭ ସହର‌ର ତାପମାତ୍ରା । ସେହିଭଳିି ୯ଟି ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ରହିଛି। ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୯.୬ ଡିଗ୍ରି ରେକର୍ଡ ହୋଇଛି । ବଲାଙ୍ଗୀରରେ ୪୩.୮ ଡ଼ିଗ୍ରି, ସୋନପୁରରେ ୪୩.୬ ଡ଼ିଗ୍ରି , ଟିଟଲାଗଡରେ ୪୩.୫ ଡ଼ିଗ୍ରି ତାପମାତ୍ରା ,ଝାରସୁଗୁ଼ଡାରେ ୪୩.୯ ଡ଼ିଗ୍ରୀ, ସମ୍ବଲପୁର ୩୯ ଡ଼ିଗ୍ରୀ, ବାଲେଶ୍ୱର ୩୮ ଡ଼ିଗ୍ରୀ, ଚାନ୍ଦବାଲି ୩୭ ଡ଼ିଗ୍ରୀ, କେନ୍ଦୁଝର ୩୮.୮ ଡ଼ିଗ୍ରୀ, ହୀରାକୁଦ ୩୮.୨ ଡ଼ିଗ୍ରୀ, ଗୋପାଳପୁର ୩୦.୮, ଡ଼ିଗ୍ରୀ ପାରାଦ୍ୱୀପ ୩୨.୦ ଡ଼ିଗ୍ରୀ, ପୁରୀ ୩୨.୮ ଡ଼ିଗ୍ରୀ ରେକର୍ଡ ହୋଇଛି ।

 

Show More

Related Articles

Back to top button