Breaking PLUSଦୁର୍ଘଟଣାମୁଖ୍ୟ ଖବର

ପାହାଳରେ ଓଲଟିଲା ମାଛ ବୋଝେଇ ଟ୍ରକ୍

ଆନ୍ଧ୍ର ପ୍ରଦେଶରୁ ମାଛ ଆଣି କୋଲକାତା ଅଭିମୁଖେ ଯାଉଥିବା ସମୟରେ ଗାଡିଟି ଓଲଟି ପଡିଛି

କଟକ-ଭୁବନେଶ୍ୱରର ୧୬ ନଂ ଜାତୀୟ ରାଜପଥ ପାହାଳ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମାଛ ବୋଝଇ ଟ୍ରକ ଓଲଟି ପଡିଥିଲା। ଟ୍ରକଟି ଆନ୍ଧ୍ର ପ୍ରଦେଶରୁ ମାଛ ଆଣି କୋଲକାତା ଅଭିମୁଖେ ଯାଉଥିବା ସମୟରେ କୌଣସି କାରଣରୁ ପାହାଳ ନିକଟରେ ଓଲଟି ପଡିଥିଲା । ଫଳରେ ଗାଡ଼ିରେ ଥିବା ମାଛ ପେଟି ଗୁଡିକ ରାସ୍ତାରେ ଚାରିଆଡେ ବିଛାଡି ହୋଇ ପଡିଥିଲା। ଏହାକୁ ନେଇ କିଛି ସମୟ ଧରି ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା ।ଖବର ପାଇ ଘଟଣାସ୍ଥଳରେ ଜାତୀୟ ରାଜପଥ ଟ୍ରାଫିକ ପୋଲିସ ପହଞ୍ଚି ଗାଡିଟିକୁ ରାସ୍ତାପାର୍ଶ୍ୱକୁ ନେବା ସହ ଟ୍ରାଫିକ ସମସ୍ୟା ଦୂର କରିଥିଲେ ।

Show More

Related Articles

Back to top button