Breaking PLUSଅପରାଧମୁଖ୍ୟ ଖବର

ମାନସ ସ୍ୱାଇଁ ହତ୍ୟା ଘଟଣା : ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ ଖାରଜ

ନିରଞ୍ଜନ ଜାମିନ ଆବେଦନ ଖାରଜ ମାମଲା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇ ଭଦ୍ରକ ଜେଲରେ ଥିବା ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଭଦ୍ରକ ଜିଲ୍ଲା ଜଜ । ନିରଞ୍ଜନଙ୍କ ଜାମିନ ଆବେଦନକୁ ଚାନ୍ଦବାଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଖାରଜ କରିବା ପରେ ସେ ଭଦ୍ରକ ଜିଲ୍ଲା ଜଜଙ୍କ କୋର୍ଟରେ ଆବେଦନ କରିଥିଲେ । ହେଲେ ସେଠାରେ ମଧ୍ୟ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ନିରଞ୍ଜନଙ୍କ ଓକିଲ ରମଣିକାନ୍ତ ପଟ୍ଟନାୟକ ପ୍ରାଥମିକ ଭାବେ ଦିଆଯାଇଥିବା ଏତେଲାରେ ତାଙ୍କ ନାମ ନଥିବାରୁ ତାଙ୍କୁ ଜାମିନରେ ଛାଡିବାକୁ ନିବେଦନ କରିଥିଲେ । ଏହି ଚାଞ୍ଚଲ୍ୟକର ମାମଲାଟିକୁ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ଚାଲୁ ରହି ଥିବାରୁ ଭଦ୍ରକ ଜିଲ୍ଲା ଜଜ ତାଙ୍କ ଜାମିନ ଦରଖାସ୍ତକୁ ଖାରଜ କରି ଦେଇଛନ୍ତି ।

Show More

Related Articles

Back to top button