ସ୍ୱାସ୍ଥ୍ୟ

କର୍କଟ ରୋଗର ଆଶଙ୍କାକୁ ଦୁର କରିଥାଏ କଳା ଗାଜର

ଜାଣନ୍ତୁ ଏହାର ଅନ୍ୟ ଫାଇଦା

ଶୀତଦିନେ ଆପଣ ଲାଲ୍ ଗାଜର ନିଶ୍ଚିନ୍ତ ଖାଉଥିବେ, କିନ୍ତୁ ଏହି ଋତୁରେ ଆପଣଙ୍କ ଖାଦ୍ୟରେ କଳା ଗାଜର ମଧ୍ୟ ଅନ୍ତର୍ଭୁକ୍ତ କରନ୍ତୁ। କଳା ଗାଜରର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କଳା ଗାଜରରେ ଫାଇବର, ପୋଟାସିୟମ୍, ଭିଟାମିନ୍-ଏ, ଭିଟାମିନ୍-ସି, ମାଙ୍ଗାନିଜ୍ ଏବଂ ଭିଟାମିନ୍-ବି ପରି ପୋଷକ ତତ୍ତ୍ୱ ରହିଥାଏ। ଏହାର କଳା ରଙ୍ଗ ମୁଖ୍ୟତଃ ଆଣ୍ଟୋସିୟାନିନର ଅଧିକ ପରିମାଣ କାରଣରୁ ହୋଇଥାଏ। ଏହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ। ତେବେ ଚାଲନ୍ତୁ ଜାଣିବା ଡାଏଟରେ ବ୍ଲାକ୍ ଗାଜର ଅନ୍ତର୍ଭୁକ୍ତ କରିବାର ଫାଏଦା ବିଷୟରେ।
ହୃଦ ରୋଗ ଆଶଙ୍କା କମ୍ ରହିଥାଏ :

କଳା ଗାଜରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆଣ୍ଟୋସିୟାନିନ କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ। ଏହା ବାର୍ଦ୍ଧକ୍ୟର ଲକ୍ଷଣକୁ ରୋକିଥାଏ ଏବଂ ହୃଦରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ। ଏହା ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ।

ଉତ୍ତମ ହଜମ ପ୍ରକ୍ରିୟା :

ବ୍ଲାକ୍ ଗାଜରରେ ଥିବା ଡାଏଟାରୀ ଫାଇବର ହଜମକୁ ଠିକ୍ ରଖିଥାଏ। ଏହାକୁ ଖାଇବା ଦ୍ୱାରା ଗ୍ୟାସ୍, କୋଷ୍ଠକାଠିନ୍ୟ, ଫୁଲିବା ଏବଂ ଡାଇରିଆ ଭଳି ସମସ୍ୟା ହୋଇନଥାଏ।
କ୍ୟାନ୍ସରରୁ ରକ୍ଷା :

କଳା ଗାଜରରେ ଥିବା ଆଣ୍ଟୋସିୟାନିନର ପରିମାଣ ଆପଣଙ୍କୁ କ୍ୟାନ୍ସର ଭଳି ଗମ୍ଭୀର ରୋଗର ବିପଦରୁ ରକ୍ଷା କରିଥାଏ। ଏହି ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଥିବା ଫ୍ରୀ ରେଡିକାଲକୁ ଦୂର କରିଥାଏ।

ସ୍ନାୟୁଗତ ରୋଗର ଆଶଙ୍କା କମ୍ କରିଥାଏ :

ଏକ ଅଧ୍ୟୟନ ଅନୁଯାୟୀ, କଳା ଗାଜରର ନିୟମିତ ଖାଇବା ଦ୍ୱାରା ଆଲଜାଇମର ଏବଂ ସ୍ନାୟୁଗତ ରୋଗ ହେବାର ଆଶଙ୍କା କମ୍ ରହିଥାଏ। ବ୍ଲାକ୍ ଗାଜରରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ଆପଣଙ୍କୁ ଲାଭ ଦେଇଥାଏ।

Show More

Related Articles

Back to top button