ସ୍ୱାସ୍ଥ୍ୟ

ଭାଇରାଲ୍ ଇନଫେକ୍ସନରୁ ବଞ୍ଚିବାକୁ ନିଶ୍ଚୟ ସେବନ କରନ୍ତୁ ନଡ଼ିଆ ରସ

ଡାଏବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ

କ୍ଷୀର ସ୍ୱାସ୍ଥ୍ୟ ପାଇଁ ହିତକର। ସୁସ୍ଥ ରହିବାକୁ ସାଧାରଣତଃ ଆମେ ଆମର ଦୈନନ୍ଦିନ ଆହାରରେ କ୍ଷୀରକୁ ସାମିଲ କରିଥାଉ। କୋକୋନଟ୍ ମିଲ୍କ ବା ନଡ଼ିଆ କ୍ଷୀର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର। ନଡ଼ିଆ କ୍ଷୀର ବା ନଡ଼ିଆ ରସ ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ ଓ ଅନେକ ରୋଗ ଦୂର ହୋଇଥାଏ। ନଡ଼ିଆ କ୍ଷୀର ଡାଏବେଟିସ ରୋଗୀଙ୍କ ପାଇଁ ମଧ୍ୟ ବହୁତ ହିତକର। ନଡ଼ିଆ କ୍ଷୀର ସେବନ ଦ୍ୱାରା ଶରୀରର ଓଜନ ମଧ୍ୟ ନିୟନ୍ତ୍ରିତ ରହିଥାଏ।
ନଡ଼ିଆ କ୍ଷୀରର ଆଉ କଣ କଣ ଗୁଣ ରହିଛି ଆସନ୍ତୁ ଜାଣିବା…

ମଧୁମେହ ଭଳି ରୋଗ ଯୋଗୁଁ ମଣିଷର ପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇପଡେ। ଫଳରେ ମଣିଷ ଖୁବ ଶୀଘ୍ର ଅନ୍ୟ ରୋଗରେ ପୀଡିତ ହୋଇଥାଏ। ନଡ଼ିଆ କ୍ଷୀର ଆଣ୍ଟିବାୟୋଟିକ ଗୁଣ ରହିଛି ଯାହା ମଧୁମେହରୁ ରକ୍ଷା କରିଥାଏ। ସେଥିପାଇଁ ନିଜ ଆହାରରେ ନଡ଼ିଆ କ୍ଷୀର ସାମିଲ କରିବା ଉଚିତ।

ନଡ଼ିଆ କ୍ଷୀର ମୋଟାପଣ ସମସ୍ୟା କମ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଫେଟି ଏସିଡ ରହିଛି ଯାହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ।
ଯେଉଁମାନଙ୍କ ପେଟ ଭଲ ଭାବେ ସଫା ହୁଏନି କିମ୍ବା ପେଟ ଗରମ ରହେ ସେମାନଙ୍କର ପାଟିରେ ଛାଲ ପଡ଼ିଯାଏ। ଏହି ସମସ୍ୟା ଦୂର କରିବାକୁ ପେଟ ସଫା ରଖିବା ନିହାତି ଜରୁରୀ। ପେଟ ସଫା ରଖିବାକୁ ନଡ଼ିଆ କ୍ଷୀର ସେବନ କରିବା ଉଚିତ। ନଦୀର କ୍ଷୀର ସେବନ କରିବା ଦ୍ୱାରା ପାଟି ଅଲସର ସମସ୍ୟା ଦୂର ହୋଇଥାଏ।

ନଡ଼ିଆ କ୍ଷୀରରେ ଅଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଭାଇରାଲ, ଆଣ୍ଟିଫଙ୍ଗଲ ଗୁଣ ରହିଛି ଯାହା ଶରୀରକୁ ଭାଇରାଲ ଇନଫେକ୍ସନ ବା ସଂକ୍ରମଣରୁ ଦୁରେଇ ରଖିଥାଏ। ଏହା ଶରୀରର ପ୍ରତିରୋଧକ କ୍ଷମତା ମଜବୁତ କରେ ଓ ବିଭିନ୍ନ ସଂକ୍ରମଣ ଓ ରୋଗ ଦୂର କରିଥାଏ।
ନଡ଼ିଆ ରସ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭଦାୟକ। ତ୍ୱଚାରେ ନଡ଼ିଆ ରସ ବ୍ୟବହାର କରିବା ଦ୍ୱାରା ତ୍ୱଚା ଚିକ୍କଣ ହୋଇଥାଏ। ନଡ଼ିଆ ରସ ସେବନ ଦ୍ୱାରା ତ୍ୱଚା ମସୃଣ ହୋଇଥାଏ। କାରଣ ଏଥିରେ ମଶ୍ଚୁରାଇଜିଙ୍ଗ ଗୁଣ ରହିଛି।

Show More

Related Articles

Back to top button