ମନୋରଞ୍ଜନ

ଫିଲ୍ମ ‘ଛିଛୋରେ’ ଅଭିନେତ୍ରୀ ଅଭିଳାଷା ପାଟିଲଙ୍କ କରୋନାରେ ମୃତ୍ୟୁ

ବଲିଉଡ ଫିଲ୍ମ ‘ଛିଛୋରେ’ ସମେତ ଅନେକ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଅଭିଳାଷା ପାଟିଲଙ୍କ କରୋନାରେ ମୃତ୍ୟୁ ହୋଇଛି

ମଙ୍ଗଳବାର ଦିନ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଅଭିଳାଷା ଏକ ସୁଟିଂ ପାଇଁ ବନାରସ ଯାଇଥିଲେ। ମୁମ୍ବାଇ ଫେରିବା ପରେ ତାଙ୍କ ମଧ୍ୟରେ କରୋନାର କିଛି ଲକ୍ଷଣ ଦେଖାଦେଇଥିଲା। ଏହାପରେ ସେ କରୋନା ଯାଞ୍ଚ କରାଇଥିଲେ ଓ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ସେ କିଛି ଦିନ ହେଲା ଆଇସିୟୁରେ ଭର୍ତ୍ତି ଥିଲେ। ମରାଠୀ ସିନେମାର ଅଭିଳାଷା ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ସେ ଅନେକ ମରାଠୀ ସିନେମାର ଅଭିନୟ କରିଛନ୍ତି। ଅଭିଳାଷାଙ୍କ ମୃତ୍ୟୁ ଖବର ଶୁଣି ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

କରୋନା ମହାମାରୀର ଦ୍ୱିତୀୟ ଲହର ଦେଶରେ ହାହାକାର ଖେଳାଇଛି। ଦ୍ୱିତୀୟ ଲହର ଅତ୍ୟନ୍ତ ଘାତକ ପ୍ରମାଣିତ ହୋଇଛି। ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି ଓ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। କରୋନାରେ ଅନେକ କଳାକାର ସଂକ୍ରମିତ ହେଉଛନ୍ତି ଏବଂ ଅନେକ କଳାକାର ପ୍ରାଣ ମଧ୍ୟ ହରାଇଛନ୍ତି।

Show More

Related Articles

Back to top button