ବାଣିଜ୍ୟ

ଇନଷ୍ଟାଗ୍ରାମରେ ସାମିଲ ହେଲା ନୂଆ ଫିଚର, ଏବେ ଆପେ ଆପେ ଷ୍ଟୋରୀ ସହ କ୍ୟାପ୍ସନ ଯୋଡିହେବ

ଫଟୋ ସେୟାରିଂ ଆପ୍ ଇନଷ୍ଟାଗ୍ରାମ ଏକ ନୂଆ ଫିଚର ଲଞ୍ଚ୍ କରିଛି । ଯାହାକୁ ଆକ୍ଟିଭ କରିବା ପରେ ଆପଣଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଆପେ ଆପେ କ୍ୟାପ୍ସନ ଜୋଡି ହୋଇଯିବ

ଏହି ଫିଚର ମାଧ୍ୟମରେ ୟୁଜର୍ସଙ୍କ ଅନୁଭବକୁ ଉନ୍ନତ କରିହେବ । ବର୍ତ୍ତମାନ ଏହି କିଛି ବଛା ବଛା ଦେଶଗୁଡିକ ପାଇଁ ଜାରି କରାଯାଇଛି । ଇନଷ୍ଟାଗ୍ରାମର ନୂଆ କ୍ୟାପ୍ସନ ଷ୍ଟିକର୍ ଫିଚର ଷ୍ଟିକର ଟ୍ରେରେ ରହିଛି ।ୟୁଜର୍ସ ଭିଡିଓ ରେକର୍ଡିଂ କରିବା ପରେ କ୍ୟାପସନ୍ ଷ୍ଟିକର୍ ଉପରେ କ୍ଲିକ୍ କରିବା ମାତ୍ରେ କ୍ୟାପସନ୍ ଆପେ ଆପେ ଭିଡିଓରେ ଯୋଡି ହୋଇଯିବ ।

ୟୁଜର୍ସଙ୍କୁ କ୍ୟାପ୍ସନର ଫଣ୍ଟ ଏବଂ ରଙ୍ଗ ବଦଳାଇବା ପାଇଁ ସୁବିଧା ଦିଆଯାଇଛି । ଏହା ବ୍ୟତୀତ ୟୁଜର୍ସ କ୍ୟାପ୍ସନର ଶବ୍ଦକୁ ଏଡିଟ୍ ମଧ୍ୟ କରିପାରିବେ ।ଦି ଓ୍ବର୍ଜର ଏକ ରିପୋର୍ଟ ଅନୁସାରେ ଇନଷ୍ଟାଗ୍ରାମର ସର୍ବୋତ୍ତମ କ୍ୟାପ୍ସନ ଷ୍ଟିକର ଫିଚରକୁ ସର୍ବପ୍ରଥମେ ଇଂରାଜୀ କହୁଥିବା ଦେଶମାନଙ୍କ ପାଇଁ ଜାରି କରାଯାଇଛି । କମ୍ପାନୀ ଏହି ଫିଚରରେ ଅନ୍ୟ ଭାଷାକୁ ଯୋଡିବା ପାଇଁ କାମ କରୁଛି ।

 

Show More

Related Articles

Back to top button