ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଓମିକ୍ରନରୁ ବର୍ତ୍ତିବା ଲାଗି ଯଥେଷ୍ଟ ନୁହେଁ କପଡା ପ୍ରସ୍ତୁତ ମାସ୍କ

ଜାଣନ୍ତୁ କିପରି ରହିବେ ସୁରକ୍ଷିତ

କରୋନା ଭାଇରସ ମହାମାରୀର ଓମିକ୍ରନ ଏକ ତୀବ୍ର ପ୍ରସାରୀ ଭୂତାଣୁ। ଯାହା ଖୁବ୍ ଶୀଘ୍ର ଜଣକଠାରୁ ଅନେକଙ୍କୁ ବ୍ୟାପିଯାଉଛି। ଦେଶରେ ଓମିକ୍ରନର ଏବେ ସାମୂଦାୟୀକ ସଂକ୍ରମଣ ହେଲାଣି। ତେବେ କରୋନା ଭାଇରସ ମହାମାରୀରୁ ବର୍ତ୍ତିବା ଲାଗି ଆମେ ବ୍ୟବହାର କରୁଥିବା ୧ ବା ୨ ଲେୟରର କପଡା ମାସ୍କ ଯଥେଷ୍ଟ ହେଉନଥିବା ପ୍ରଥମ ଥର ଜଣାପଡିଛି। ଯଦିଓ ଏହା ଭୂତାଣୁ ପ୍ରତିରୋଧୀ ତେବେ ବେଶି ସମୟ ପର୍ଯ୍ୟନ୍ତ ନୁହେଁ ବୋଲି ଏବେ ବୈଜ୍ଞାନିକ କହିଲେଣି। କରୋନା ଭାଇରସ ମୁକାବିଲାରେ ସୋସିଆଲ ଡିଷ୍ଟାନସିଂ ସହ ମାସ୍କ ଏକ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଆୟୁଧ। ତେବେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ କପଡା ମାସ୍କ ପ୍ରତିରୋଧ କରିପାରୁନି। ତେବେ ଏକ ଭଲ ମାସ୍କ ହିଁ ଆପଣଙ୍କୁ ଓମିକ୍ରନ ସଂକ୍ରମଣରୁ ରକ୍ଷା କରିପାରିବ। ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ଲାଗି ପ୍ରାୟ ଲୋକ କପଡା ପ୍ରସ୍ତୁତ ମାସ୍କ ପିନ୍ଧୁଛନ୍ତି।

ତେବେ ଏଥିରେ ଆପଣଙ୍କୁ ଏନ-୯୫ ଅଥବା କେଏନ-୯୫ ମାସ୍କ ସୁରକ୍ଷିତ ରଖିପାରିବ ବୋଲି ବୈଜ୍ଞାନିକ କହିଛନ୍ତି। ଏଥିରେ ସର୍ଜିକାଲ ମାସ୍କ ମଧ୍ୟ ପ୍ରଭାବୀ ହେଉଥିବା ଦେଖା ଯାଇଛି। ତେବେ ଆପଣଙ୍କୁ ଏପରି ମାସ୍କରୁ ଦୁଇଟି ଲଗାଇବାକୁ ପଡିବ। ନଚେତ ଯଦି ଆପଣ କପଡା ମାସ୍କ ପିନ୍ଧୁଛନ୍ତି ତେବେ ୩ ଲେୟାର ସିଲେଇ ହୋଇଥିବା ମାସ୍କ ପିନ୍ଧନ୍ତୁ। ଏହା ଆପଣଙ୍କୁ କେବଳ କୋଭିଡ କି ଓମିକ୍ରନ ନୁହେଁ ସବୁ ପ୍ରକାରର ଭୂତାଣୁ ସଂକ୍ରମଣରୁ ସୁରକ୍ଷା ଦେଇପାରିବ। ଓମିକ୍ରନରୁ ବର୍ତ୍ତିବା ଲାଗି କେବଳ ମାସ୍କ ନୁହେଁ ଆଉ କିଛି ସତର୍କତା ମଧ୍ୟ ଅବଲମ୍ବନ କରନ୍ତୁ। ଏହି ସବୁ ସତର୍କତା ନିହାତି ବାହାରେ କୌଣସି କାମ ନଥିଲେ ଘରୁ ବାହାରନ୍ତୁ ନାହିଁ। ଏହା ଛଡା ସାଙ୍ଗରେ ସାନିଟାଇଜର ରଖନ୍ତୁ ଓ ବାରମ୍ବାର ହାତକୁ ସାନିଟାଇଜ କରନ୍ତୁ। ବିନା କାରଣରେ ହାତ ମୁହଁରେ ମାରନ୍ତୁନି। ଖାଇବା ପୂର୍ବରୁ ହାତକୁ ଭଲକରି ସାବୁନରେ ଧୋଇ ଖାଦ୍ୟ ଖାଆନ୍ତୁ। ଯଦି ବିନା ସାନିଟାଇଜରେ ବାରମ୍ବାର ହାତରେ ମୁହଁ, ନାକ ଓ ଆଖିକୁ ଛୁଉଁ ଥାନ୍ତି ତେବେ ଆପଣଙ୍କ ସଂକ୍ରମଣର ସମ୍ଭାବନା ଅଧିକ।

Show More

Related Articles

Back to top button