ଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବର

ଜନ୍ମ ଜୟନ୍ତୀରେ ନେତାଜୀଙ୍କୁ ମିଳିଲା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

ଇଣ୍ଡିଆ ଗେଟ୍‌ ନେତାଜୀଙ୍କ ହୋଲୋଗ୍ରାମ୍‌ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ଇଣ୍ଡିଆ ଗେଟ୍‌ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହୋଲୋଗ୍ରାମ୍‌ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ନେତାଜୀ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଇଣ୍ଡିଆ ଗେଟ୍‌ରେ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ଏହା ସ୍ଥାପନା ସମାରୋହ ସହିତ ୨୦୧୯, ୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୋଦୀ କହିଛନ୍ତି, ‘ନେତାଜୀଙ୍କ ଅବଦାନକୁ ଦେଶବାସୀ କେବେ ଭୁଲିବେ ନାହିଁ । ସମଗ୍ର ଦେଶ ନେତାଜୀଙ୍କ ପାଇଁ ଗର୍ବିତ ।’ ଏହା ସହିତ ଦେଶବାସୀଙ୍କୁ ପରାକ୍ରମ ଦିବସର ଅଭିନନ୍ଦନ ଜଣାଇଛନ୍ତି ପିଏମ୍‌ ମୋଦୀ । ଆଜାଦ୍‌ ହିନ୍ଦ ଫୌଜ ସଂସ୍ଥାପକ ନେତାଜୀ ବୋଷଙ୍କ ଜନ୍ମ ଦିନକୁ ଦେଶରେ ପରାକ୍ରମ ଦିବସ ଭାବେ ପାଳନ କରାଯାଇଥାଏ ।

Show More

Related Articles

Back to top button