Breaking PLUSଦେଶ ବିଦେଶମୁଖ୍ୟ ଖବର

ଚିକିତ୍ସକ: ଏଣ୍ଡେମିକ ହୋଇସାରିଲାଣି କରୋନା, ଭୂତାଣୁର ନୂଆ ନୂଆ ଭାରିଏଣ୍ଟରେ ବଞ୍ଚିବା ଶିଖିବାକୁ ହେବ ମଣିଷକୁ

କରୋନା ଭୂତାଣୁ ସମ୍ପର୍କରେ ପ୍ରଥମେ ୨୦୧୯ ମସିହାରେ ଜଣାପଡିଥିଲା। ସେବେଠାରୁ ଏପର୍ଯ୍ୟନ୍ତ ଭୂତାଣୁରେ ଅନେକ ଉତ୍ପରିବର୍ତ୍ତନ ହେଲାଣି।

ଆଲଫା, ବିଟା, ଗାମା, ଡେଲ୍ଟା, ଲେମଡା, ଓମିକ୍ରନ ଓ ଡେଲମିକ୍ରନ ଆଦି ଅନେକ ଭାରିଏଣ୍ଟରେ ପରିବର୍ତ୍ତି ହୋଇ ଏହା ସାରା ବିଶ୍ୱକୁ କବଳିତ କରି ରଖିଛି। ଏବେ ଏହି ଭୂତାଣୁ ସହ ଆମକୁ ବଞ୍ଚିବା ଶିଖିବାକୁ ହେବ ବୋଲି ବୈଜ୍ଞାନିକ କହିଲେଣି। ଭୂତାଣୁର ନୂଆ ନୂଆ ଭାରିଏଣ୍ଟ ବିଶ୍ୱର କୋଟିକୋଟି ଲୋକଙ୍କୁ ଆକ୍ରାନ୍ତ କରିଛି। ୫୦ ଲକ୍ଷରୁ ଅଧିକ ଲୋକେ ଅସୁସ୍ଥ ହୋଇ ପ୍ରାଣ ହରାଇଲେଣି। ହେଲେବି ଥମୁନି ଭୂତାଣୁର ପ୍ରକୋପ। ଆଖପାଖରେ ଭୂତାଣୁ ବିଶ୍ୱରୁ ହଟିଯିବ ସେ ଆଶା ମଧ୍ୟ କରିହେଉନି। ଏଣୁ ଚିକିତ୍ସକମାନେ ଲୋକଙ୍କୁ ସତର୍କତା ଅବଲମ୍ବନ ପୂର୍ବକ ଭୂତାଣୁ ସହ ବଞ୍ଚିବା ଶିଖିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ୨୦୨୦ରୁ ଜାରି ହୋଇଥିବା ସମସ୍ତ ପ୍ରତିବନ୍ଧକ ହଟାଇଦେବାକୁ ଏବେ ଇୟୁରୋପ ପ୍ରସ୍ତୁତ। ତେବେ ପରିବର୍ତ୍ତିତ ପରିସ୍ଥିତି ସହ ଲୋକେ ଅଭ୍ୟସ୍ତ ହୁଅନ୍ତୁ ତାହା ସେମାନଙ୍କଠୁ ଆଶା କରାଯାଉଛି। ଏହି କଥାକୁ ଏବେ ଭାରତୀୟଙ୍କୁ ମଧ୍ୟ ସ୍ୱୀକାର କରିବାକୁ ହେବ। ଏହା ଏବେ ଏଣ୍ଡାମିକ ଭାଇରସ( ସ୍ଥାନୀୟ ଭୂତାଣୁ)ରେ ପରିଣତ ହୋଇସାରିଥିବା ଓ ଅନ୍ୟ ଭାଇରସ ଓ ଫ୍ଲୁ ଭଳି ଆମକୁ ଭାବିନେବାକୁ ହେବ ବୋଲି ସେଞ୍ଚୁରିଆନ ହସ୍ପିଟାଲର ଡା. ରୋହିତ ରେଡ୍ଡୀ ପାଥୁରୀ କହିଛନ୍ତି। ଏହି ଭୂତାଣୁ ନେଇ ଏବେ କିଛି ମଧ୍ୟ କହିବା ସମ୍ଭବ ନୁହେଁ ବୋଲି ଡା. ପାଥୁରୀ କହିଛନ୍ତି।

 

ଏଥିରେ ଆଉ କେତେ ଉତପରିବର୍ତ୍ତନ ହେବ, ଏଥିରେ କିଛି ଅଧିକ ଘାତକ ହେବକି, ଏହି ଭୂତାଣୁ ବିରୋଧରେ ଆମେ ପ୍ରତିରକ୍ଷା ହାସଲ କରିସାରିଲେଣିକି ଏ ବାବଦେ ଏ ନେଇ କିଛିବି ନିଶ୍ଚିତ ରୂପେ କହି ହେଉନଥିବା ସେ କହିଛନ୍ତି। ଏଣୁ ଆମକୁ ସତର୍କ ରହିବାକୁ ହେବ ଓ ଆବଶ୍ୟକ ପ୍ରୋଟକଲ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି। ଅନ୍ନ ସଂସ୍ଥାନ ଲାଗି ଆମକୁ କର୍ମକ୍ଷେତ୍ରକୁ ଯିବାକୁ ପଡିବ, ଉଚ୍ଚଶିକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀକୁ ଯିବାକୁ ପଡିବ, ଦୁନିଆକୁ ମଧ୍ୟ ଆଗକୁ ବଢିବାକୁ ପଡିବ। ଏଣୁ ଯେପରି ସହଜରେ ଆମେ ଭୂତାଣୁ ସମ୍ପର୍କରେ ନ ଆସେ ସେଥିପ୍ରତି ଆବଶ୍ୟକ ପ୍ରୋଟକଲ ଆମକୁ ପାଳନ କରିବାକୁ ହେବ ବୋଲି ଗ୍ଲୋବାଲ ହସ୍ପିଟାଲର କନସଲଟାଣ୍ଟ ଡା. ସୁଧିର ପ୍ରସାଦ କହିଛନ୍ତି। ଭୂତାଣୁ ଆମକୁ ଛାଡି ଯିବ ନାହିଁ, ଏଣୁ ଆମକୁ ଭୂତାଣୁ ଅନୁରୂପ ପ୍ରତିକ୍ରିୟା ପ୍ରକାଶ କରିବାକୁ ହେବ। ଏହାକୁ ନଜରରେ ରଖି ସ୍ପେନ, ବ୍ରିଟେନ ସମେତ ବିଭିନ୍ନ ଦେଶ ଏବେ ପୁଣି ଥରେ ସାଧାରଣ ଜୀବନଯାତ୍ରା ଆରମ୍ଭ କରିବାକୁ ପଦକ୍ଷେପ ନେଇଛନ୍ତି। ଆମକୁ ମଧ୍ୟ ସେହି ଅନୁସାରେ ପଦକ୍ଷେପ ନେବାକୁ ହେବ ବୋଲି ୱାକହାର୍ଟ ହସ୍ପିଟାଲର ଡା. ମହେଶ ଶାରଦା କହିଛନ୍ତି।

Show More

Related Articles

Back to top button