ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ଘରେ ପଶି ତିନି ଜଣଙ୍କୁ ଗୁଳି କରି ହତ୍ୟା

ଜୟପୁର: ଘରେ ପଶି ତିନି ଜଣଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା । ରାଜସ୍ଥାନ ଭରତପୁର ଜିଲ୍ଲା କୁହ୍ମେର ଥାନା ଶିକରୌରା ଗାଁରେ ଘଟିଛି ଟ୍ରିପଲ ମର୍ଡ଼ର । ଗାଁର ଲକ୍ଷ୍ମଣ ଓ ତାଙ୍କ ସହଯୋଗୀ ପଡୋଶୀ ଘରର ତିନି ଭାଇଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗୁଳି ବାଜିବାରୁ ମୃତକଙ୍କ ପରିବାର ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଭରତପୁର ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୨୦କିଲୋମିଟର ଦୂର ଶିକରୌରା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । କୌଣସି ଏକ କାରଣରୁ ଗାଁର ଲଖନ ସିଂହ ଓ ପଡୋଶୀ ଗଜେନ୍ଦ୍ରଙ୍କ ପୁଅ ମଧ୍ୟରେ ବଚସା ହୋଇଥିଲା । ପରେ ଲଖନ ସିଂହ ଓ ତାଙ୍କ ସାଥି ଉତ୍ତେଜିତ ହୋଇ ଗଜେନ୍ଦ୍ରଙ୍କ ଘରେ ପଶି ଆଖିବୁଜା ଫାୟାରିଂ କରିଥିଲେ । ଗୁଳି ବାଜିବାରୁ ତିନି ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାରର ଅନ୍ୟ ଦୁଇ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଗୁଳିକାଣ୍ଡରେ ଗଜେନ୍ଦ୍ର ସମେତ ତାଙ୍କ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ପୁଲିସ କନଷ୍ଟେବଳ ରହିଥିବା ଜଣାପଡ଼ିଛି । କୁହ୍ମେର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଗୁଳିକାଣ୍ଡ ପରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଆଇନ ଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଗାଁରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅନ୍ୟପଟେ ଅଭିଯୁକ୍ତ ଲଖନ ଓ ତା’ ସାଙ୍ଗମାନଙ୍କୁ ଗରିଫ ପାଇଁ ପୁଲିସ ଉଦ୍ୟମ ଚଳାଇଛି ।

Show More

Related Articles

Back to top button