ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

୯୫ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ହେଉଛି ତାଙ୍କର ୯୫ ତମ ସଂସ୍କରଣ । ପ୍ରତିଥର ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦି କୌଣସି ନା କୌଣସି ପରିଶ୍ରମୀ ଏବଂ ସମାଜ ପାଇଁ ବର୍ତ୍ତା ଦେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ କହିଥାନ୍ତି ଏବଂ ତାଙ୍କ କାର୍ଯ୍ୟକୁ ନେଇ ପ୍ରଶଂସା କରିଥାନ୍ତି । ତେବେ ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି ଯେ, ଆମେ ମନ କି ବାତର ଶହେତମ ସଂସ୍କରଣ ଆଡକୁ ବଢୁଛି । ଜି -20 ର ଅଧ୍ୟକ୍ଷତା ମିଳିବା ଭାରତ ପାଇଁ ଏକ ବଡ ସୁଯୋଗ । ପ୍ରତ୍ୟେକ ଦେଶବାସୀ କୌଣସି ନା କୌଣସି ଉପାୟରେ ଜି -20 ସହିତ ଯୋଡି ହୋଇଛନ୍ତି । କିଛି ଦିନ ପୂର୍ବରୁ ଜି -20 ଲୋଗୋ ଏବଂ ଭାରତର ଅଧ୍ୟକ୍ଷତାର ୱେବସାଇଟ୍ ଉନ୍ମୋଚନ କରିବାର ସୌଭାଗ୍ୟ ପାଇଲି । ଏହି ଲଗୋର ଚୟନ ଏକ ସାଧାରଣ ପ୍ରତିଯୋଗିତା ମାଧ୍ୟମରେ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଜି -20 ରେ ବିଶ୍ୱ ଜନସଂଖ୍ୟାର ଦୁଇ ତୃତୀୟାଂଶ, ବିଶ୍ୱବାଣିଜ୍ୟର ଚତୁର୍ଥାଂଶ ଏବଂ ବିଶ୍ୱଜିଡିପିର ୮୫% ଭାଗିଦାରୀ ରହିଛି ।  ଡିସେମ୍ବର ୧ରୁ ଭାରତ ଏତେ ବଡ ଗ୍ରୁପର , ଏତେ ଶକ୍ତିଶାଳୀ ଗ୍ରୁପର ଅଧ୍ୟକ୍ଷତା କରିବା ନେଇ ମଧ୍ୟ ହୁଏତ କେହି କଳ୍ପନା କରି ନଥିବେ। ଜି -20 ର ଅଧ୍ୟକ୍ଷତା ଆମ ପାଇଁ ଏକ ବଡ଼ ସୁଯୋଗ ଭାବରେ ଆସିଛି । ଆମକୁ ଏହି ସୁଯୋଗର ପୂର୍ଣ୍ଣ ଉପଯୋଗ କରିବାକୁ ହେବ ଏବଂ ବିଶ୍ୱ ଭଲ, ବିଶ୍ୱ କଲ୍ୟାଣ ଉପରେ ଧ୍ୟାନ ଦେବାକୁ ପଡିବ । ଆମେ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ବିଷୟରେ ଦେଇଥିବା ଥିମ୍‌କୁ ବସୁର୍ଧୈବ କୁଟୁମ୍ବକମ୍ ଭାବରେ ଦର୍ଶାଇବାକୁ ପଡିବ ।

Show More

Related Articles

Back to top button