ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଗୁଜୁରାଟରେ ଆପ୍ ସରକାର ଆସିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ଅରବିନ୍ଦ କେଜ୍ରିୱାଲ୍‌

ଅହମ୍ମଦାବାଦ: ଆଉ ମାତ୍ର ଦିନ କେଇଟା ପରେ ପଡିବ ଗୁଜରାଟ ବିଧାନସଭା ଭୋଟ୍। ତେବେ ଏହାପୂର୍ବରୁ ବିଜେପି ଓ ଆମ୍ ଆଦମୀ ପାର୍ଟି ଜୋର୍‌ସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି। ଏହି ନିର୍ବାଚନକୁ ନେଇ ସାରା ଦେଶରେ ରାଜନୀତି ସରଗରମ ରହିଛି। ଏହା ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ହୋଇଥିବା ଏଠାରେ ପୁଣି ବିଜେପି ସରକାରକୁ ଫେରିବ ବୋଲି ଅନେକ କୁହାକୁହି ହେଉଛନ୍ତ। ସେପଟେ ଏହି ନିର୍ବାଚନକୁ ନେଇ କଂଗ୍ରେସ ବ୍ୟାକ୍‌ଫୁଟ୍‌ରେ ଥିବା ବେଳେ ଦିଲ୍ଲୀ ଓ ପଞ୍ଜାବ ଦଖଲ କରିସାରିଥିବା ଆମ୍ ଆଦମୀ ପାର୍ଟିର ନଜର ଏଥର କିନ୍ତୁ ଗୁଜରାଟ ଉପରେ ରହିଛି।

ଗୁଜରାଟ ଦଖଲ କରିବା ପାଇଁ ଚାଲିଛି କସରତ। ଉଭୟ ବିଜେପି ଓ ଆପ୍ କଳବଳ କୌଶଳ ଲଗାଇଛନ୍ତି। ହେଲେ ଆପ୍ ପକ୍ଷରୁ ଗୁଜରାଟ ନିର୍ବାଚନୀ ମଙ୍ଗ ଧରିଥିବା ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଥର ଗୁଜରାଟରେ ଆପ୍ ସରକାର ଆସିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି।

କେଜ୍ରିୱାଲ ପଞ୍ଜାବ ନିର୍ବାଚନ ପୂର୍ବରୁ ଯେଉଁଭଳି ଭବିଷ୍ୟବାଣୀ କରିଥିଲେ ଠିକ୍ ସେହିଭଳି ଗୁଜରାଟର ପ୍ରଥମ ପର‌୍ୟ୍ୟାୟ ଭୋଟ ପୂର୍ବରୁ ଭବିଷ୍ୟବାଣୀ କରିଛନ୍ତି। ସେ ଆଜି ଗୁଜରାଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କାଗଜରେ ଲେଖି ଏଥର ଗୁଜରାଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବାକୁ ଯାଉଛି ବୋଲି ଦାବି କରିଛନ୍ତି।

ଗଣମାଧ୍ୟମ ଆଗରେ କେଜ୍ରିୱାଲ ଏଭଳି ଲେଖିକି ଦେବା ସହ କହିଛନ୍ତି, ଦୀର୍ଘ ୨୭ ବର୍ଷ ପରେ ଗୁଜରାଟରେ ବିଜେପି ଅଣନିଶ୍ୱାସୀ ହୋଇଯାଇଛି। ଦୀର୍ଘ ୨୭ ବର୍ଷରୁ କୁଶାସନର ଏଥର ଗୁଜରାଟବାସୀ ମୁକ୍ତ ହେବାକୁ ଯାଉଛନ୍ତି। ଏଥିସହ ଦଳ କ୍ଷମତାକୁ ଆସିଲେ ପଞ୍ଜାବ ଭଳି ଏଠାରେ ପୁରୁଣା ପେନସନ ଯୋଜନା ଲାଗୁ କରାଯିବ। ଏହାସହ ରାଜ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ ଓ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ସମସ୍ତ ଦାବି ପୁରଣ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

Show More

Related Articles

Back to top button