Breaking PLUSଦେଶ ବିଦେଶମୁଖ୍ୟ ଖବର

ସେନାର ଗୁଳିର ତିନି ଇସ୍ରାଏଲ ବନ୍ଧକଙ୍କ ମୃତ୍ୟୁ

ତେଲଅଭିବ- ଇସ୍ରାଏଲ ସୁରକ୍ଷା ବଳ ଗାଜାରେ ଯୁଦ୍ଧ ମଧ୍ୟରେ ନିଜ ଦେଶର ତିନିଜଣ ନାଗରିକଙ୍କୁ ମାରିଥିବା ସୂଚନା ମିଳିଛି । ଏମାନଙ୍କୁ ହମାସ ବନ୍ଧକ କରି ରଖିଥିଲେ । ଶୁଜାୟାରେ ଯୁଦ୍ଧ ସମୟରେ ସେମାନଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲ ଡିଫେନ୍ସ ଫୋର୍ସେସ ପକ୍ଷରୁ ବନ୍ଧକଙ୍କ ପରିବାରକୁ ସମବେଦନା ଜଣାଯିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଘୋଷଣା କରାଯାଇଛି ।
ଇସ୍ରାଏଲର ପ୍ରମୁଖ ଖବରକାଗଜ ‘ଟାଇମ୍ସ ଅଫ୍ ଇସ୍ରାଏଲ’ ଅନୁଯାୟୀ, ଆଇଡିଏଫ୍ ପକ୍ଷରୁ ସୋସିଆଲ ହ୍ୟାଣ୍ଡେଲ୍ ଏକ୍ସରେ ମୃତ୍ୟୁବରଣ କରିଥିବା ତିନି ଜଣ ବନ୍ଧକଙ୍କ ଫଟୋ ସହ ସେମାନଙ୍କ ପରିଚୟ ପ୍ରକାଶ କରାଯାଇଛି । ଗତକାଲି ଶୁକ୍ରବାର ଏହି ଘଟଣା ଘଟିଛି । ତେବେ ଏହି ବନ୍ଧକମାନେ ହମାସ ନିକଟରୁ ଖସିଆସିଥିଲେ କିମ୍ବା ସେମାନଙ୍କୁ ଛଡାଯାଇଛି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସମସ୍ତ ଦିଗ ଉପରେ ତଦନ୍ତ କରାଯିବ ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି । ଭୁଲ ପରିଚୟ ଯୋଗୁ ଗୁଳିକାଣ୍ଡରେ ସେମାନଙ୍କର ମୃତ୍ୟୁ ହୋଇଛି ।

Show More

Related Articles

Back to top button