Breaking PLUSଦେଶମୁଖ୍ୟ ଖବର

ହାୱଡା-ମୁମ୍ବାଇ ମେଲର ଦୁଇ ଡବା ବିଚ୍ଛିନ୍ନ, ସମସ୍ତ ଯାତ୍ରୀ ସୁରକ୍ଷିତ

କୋଲକାତା- ପଶ୍ଚିମବଙ୍ଗର ହାୱଡା ଜିଲ୍ଲାର ଓଲୁବେରିଆ ଷ୍ଟେସନ ନିକଟରେ ଶୁକ୍ରବାର ରାତିରେ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଟ୍ରେନରୁ ଦୁଇଟି ଡବା ଅଲଗା ହୋଇଯାଇଥିଲା । ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ମିଳିଛି । ତେବେ ଏହି ଅଘଟଣରେ କେହି ମୃତାହତ ହୋଇନାହାନ୍ତି । ଟ୍ରେନର ଗତି ଦ୍ରୁତ ନଥିଲା ।12810 ନମ୍ବର ବିଶିଷ୍ଟ ହାୱଡା ମୁମ୍ବାଇ ମେଲର ଦୁଇଟି ଡବା ବିରଶିବପୁର ଅଞ୍ଚଳରେ ରାତି ପ୍ରାୟ ସାଢେ 9ଟା ସମୟରେ ଅଲଗା ହୋଇଯାଇଥିଲା । ସୂଚନା ପାଇବା ପରେ ବରିଷ୍ଟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାର ତଦନ୍ତ କରାଯିବ । ବଗିକୁ ଯୋଡି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି ।

Show More

Related Articles

Back to top button