ଓଡ଼ିଶାସ୍ୱାସ୍ଥ୍ୟ

ଦୈନିକ ସଂକ୍ରମଣ ଟପିଲା ହଜାରେ ,ଦିନକରେ ୧୦୪୩ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ ହଜାରେ ଟପିଛି ଦୈନିକ ସଂକ୍ରମଣ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ମିଳିଥିବା ସୂଚନା ଅନୁଯାୟୀ ,  ୨୪ ଘଣ୍ଟାରେ ୧୦୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ ୬୦୯ଜଣ କ୍ୱାରେଣ୍ଟାଇନରୁ ରହିଥିବା ବେଳେ ୪୩୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି  ।

ବାଲେଶ୍ୱରରୁ ୨୦, ବରଗଡରୁ ୨, ଭଦ୍ରକରୁ ୭, ବଲାଙ୍ଗୀରରୁ ୭, ବୌଦ୍ଧରୁ ୧୩, କଟକରୁ ୨୦୫, ଦେବଗଡରୁ ୪, ଢେଙ୍କାନାଳରୁ ୩, ଗଜପତିରୁ ୧୦, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨୨, ଯାଜପୁରରୁ ୧୮, ଝାରସୁଗୁଡାରୁ ୧୨, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୧୫, କେନ୍ଦୁଝରରୁ ୬, ଖୋର୍ଦ୍ଧାରୁ ୩୩୫, କୋରାପୁଟରୁ ୪, ମାଲକାନଗିରିରୁ ୨୮, ମୟୂରଭଞ୍ଜରୁ ୨୮, ନବରଙ୍ଗପୁରରୁ ୯, ନୟାଗଡରୁ ୧୯, ନୂଆପଡାରୁ ୯, ପୁରୀରୁ ୨୮, ରାୟଗଡାରୁ ୧, ସମ୍ବଲପୁରରୁ ୩୧, ସୋନପୁରରୁ ୩୨, ସୁନ୍ଦରଗଡରୁ ୧୦୬ ଓ ଷ୍ଟେଟ ପୁଲରୁ ୭୯ ଜଣ ରହିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୯୭୧୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୮୨୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୮୩୧୬୯ଜଣ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button