ମନୋରଞ୍ଜନସେଲିବ୍ରିଟିସ୍ୱତନ୍ତ୍ର

ବିବାହର ୧୦ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ସାଉଥ୍ ସୁପରଷ୍ଟାର

RRR ଫେମ୍ ତଥା ସାଉଥ୍ ସୁପରଷ୍ଟାର ରାମ ଚରଣ ଖୁବଶୀଘ୍ର ବାପା ହେବେ । ବିବାହର ୧୦ବର୍ଷ ପରେ ଘରକୁ ଆସିବ କୁନି ଅତିଥି । ତାଙ୍କ ପତ୍ନୀ ଉପସାନା ବର୍ତ୍ତମାନ ଗର୍ଭବତୀ ଅଛନ୍ତି । ରାମ ଚରଣ ଏବଂ ଉପାସନା ତଥା ଚିରଞ୍ଜୀବୀଙ୍କ ପରିବାର ପାଇଁ ଏହା ଏକ ଆନନ୍ଦର ମୁହୂର୍ତ୍ତ । ତେବେ ବର୍ତ୍ତମାନ ରାମ ଚରଣଙ୍କୁ ୩୭ ବର୍ଷ ହୋଇଥିଲାବେଳେ ଉପାସନାଙ୍କୁ ୩୩ ବର୍ଷ ବୟସ ହୋଇଛି । ଏନେଇ ଇନଷ୍ଟାରେ ସେୟାର କରି ପ୍ରଶଂସକଙ୍କୁ ଏହି ଖୁସିଖବର ଜଣାଇଛନ୍ତି ।

ରାମ ଚରଣ ଏବଂ ଉପାସନା ଉଭୟ କଲେଜ ସାଙ୍ଗ । ଆଉ କଲେଜରେ ଏକାଠି ପାଠପଢିବା ସମୟରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବନ୍ଧୁତା । ପରେ ଏହି ବନ୍ଧୁତା ପରିଣତ ହୋଇଥିଲା ପ୍ରେମରେ । ‘ମାଗଧୀରା’ ରିଲିଜ୍ ହେବା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ । ୨୦୦୯ରେ ଡେଟିଂ କରିବା ପରେ ୨୦୧୧ମସିହାରେ ଦୁହିଁଙ୍କର ଏନଗେଜମେଣ୍ଟ ହୋଇଥିଲା । ପରେ ୨୦୧୨ରେ ଦୁହେଁ ବିବାହ କରିଥିଲେ ।

 

Show More

Related Articles

Back to top button