ଦେଶ ବିଦେଶବାଣିଜ୍ୟ

ତୃତୀୟ ତ୍ରୟମାସିକରେ ୫.୪ ପ୍ରତିଶତ ବଢିଲା ଡିଜିପି

FY22 ପାଇଁ ସଂଶୋଧିତ ଜିଡିପି ଆକଳନ ୮.୯

କେନ୍ଦ୍ର ସରକାର ଅକ୍ଟୋବରରୁ ଡିସେମ୍ୱର ୨୦୨୧ ତ୍ରୟମାସିକ ପାଇଁ ସକଳ ଘରୋଇ ଉତ୍ପାଦ(ଜିଡିପି) ସଂଖ୍ୟା ଜାରି କରିଛନ୍ତି । କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକରେ ଦେଶରେ ଅଭିବୃଦ୍ଧି ୫.୪ ପ୍ରତିଶତ ରହିଛି। ଏନଏସଓ ଜାରି କରିଥିବା ରିପୋର୍ଟ ଅନୁସାରେ, ୨୦୨୦-୨୧ର ଏହି ଅବଧିରେ ଜିଡିପିରେ ୦.୭ ପ୍ରତିଶତ ବୃଦ୍ଧି ହୋଇଛି । ଏହାସହ ୨୦୨୦-୨୧ରେ ୮.୯ ପ୍ରତିଶତ ହାରରେ ବୃଦ୍ଧିର ଅନୁମାନ କରାଯାଇଛି । ଜାନୁଆରୀରେ ଜାରି କରିଥିବା ନିଜର ପ୍ରାରମ୍ଭିକ ଆକଳନରେ, ୨୦୨୧-୨୨ରେ ୯.୨ ପ୍ରତିଶତ ବୃଦ୍ଧିର ଅନୁମାନ କରିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଅନୁସାରେ, ୨୦୨୧-୨୨ରେ ଭାରତର ବାସ୍ତବିକ ଜିଡିପି ୧୪୭.୭୨ ଲକ୍ଷ କୋଟି ଟଙ୍କା ରହିବ। ଜାନୁଆରୀ ଶେଷରେ କେନ୍ଦ୍ର ସରକାରଙ୍କ ଆର୍ଥିକ ନିଅଣ୍ଟ, ଆର୍ଥିକ ବର୍ଷ ୨୦୨୧-୨୨ର ବାର୍ଷିକ ବଜେଟ୍ ଲକ୍ଷ୍ୟର ୫୮.୯ ପ୍ରତଶତ ଥିଲା । ସେହିପରି ଗତ ଆର୍ଥିକ ବର୍ଷର ସମାନ ଅବଧିରେ ଆର୍ଥିକ ନିଅଣ୍ଟ ୨୦୨୦-୨୧ରେ ସଂଶୋଧିତ ଆକଳନର ୬୬.୮ ପ୍ରତିଶତ ଥିଲା।

ସରକାରୀ ତଥ୍ୟ ଅନୁସାରେ, ଏପ୍ରିଲ ଏବଂ ଜାନୁଆରୀ ମଧ୍ୟରେ ଭାରତର ଆର୍ଥିକ ନିଅଣ୍ଟ ବୃଦ୍ଧି ହୋଇ ୯.3୮ ଟ୍ରିଲିୟନ ଥିଲା। ସୋମବାର ଜାରି ସରକାରୀ ସଂଖ୍ୟା ଅନୁସାରେ, କୋଇଲା, ପ୍ରାକୃତିକ ଗ୍ୟାସ ଏବଂ ସିମେଣ୍ଟ ଉଦ୍ୟୋଗରେ ଭଲ ପ୍ରଦର୍ଶନ ଯୋଗୁଁ ୮ଟି ପ୍ରମୁଖ ଉଦ୍ୟୋଗର ଉତ୍ପାଦନ ଜାନୁଆରୀରେ ୩.୭ ପ୍ରତିଶତ ବୃଦ୍ଧି ପାଇଛି। ଗତ ବର୍ଷ ସମାନ ଅବଧିରେ ଏହି ସଂଖା ୧.୩ ପ୍ରତିଶତ କରିଥିଲା। ଜାନୁଆରୀରେ ଅଶୋଧିତ ତୈଳ ଏବଂ ସାର ଉତ୍ପାଦନରେ ନକାରାତ୍ମକ ବୃଦ୍ଧି ରେକର୍ଡ କରାଯାଇଛି। ଡିସେମ୍ୱର ୨୦୨୧ରେ କୋର ସେକ୍ଚର ଉଦ୍ୟୋଗରେ ୪.୧ ପ୍ରତିଶତ ବୃଦ୍ଧି ହୋଇଥିଲା। ୮ଟି ପ୍ରମୁଖ ଉଦ୍ୟୋଗ- କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ରିଫାଇନରୀ ଉତ୍ପାଦନ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଜୁଳିର ବିକାଶର ହାର ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜାନୁଆରୀ ମଧ୍ୟରେ ୧୧.୬ ପ୍ରତିଶତ ରହିଛି।

Show More

Related Articles

Back to top button