Breaking PLUSଦେଶମୁଖ୍ୟ ଖବର

ମଙ୍ଗଳ ଗ୍ରହରେ କ’ଣ ହୋଇଛି ,ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ବୈଜ୍ଞାନିକମାନେ ମହାକାଶକୁ ନେଇ ଘନଘନ ଗବେଷଣା ଚଲାଇଛନ୍ତି ।

ବୈଜ୍ଞାନିକମାନେ ମହାକାଶକୁ ନେଇ ଘନଘନ ଗବେଷଣା ଚଲାଇଛନ୍ତି । ଆଉ ଏହାରି ଭିତରେ ବେଳେ ବେଳେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସେ ଯାହା ମଣିଷକୁ ଆଶ୍ଚର୍ଯ୍ୟ କରିଦିଏ । ବେଳେ ବେଳେ ମହାକାଶ ସମ୍ବନ୍ଧୀୟ ଖବର ସମସ୍ତଙ୍କୁ ବିଚଳିତ କରିଦିଏ । ସେମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଜାଣିବା ପାଇଁ ଇଛୁକ ହେବା ସହ ଏହା ପଛର କଣ କାରଣ ରହିଛି ତାକୁ ନେଇ ଏକ ଆଲୋଚନା ହୋଇଛି । ମଙ୍ଗଳ ଗ୍ରହରୁ ଏକ ଚିତ୍ର ଆସିଛି ଯାହା ଦେଖିବା ପରେ ବୈଜ୍ଞାନିକମାନେ ଏହି ଫଟୋକୁ ନେଇ ଏକ ଗବେଷଣା ଚଲାଇଛନ୍ତି । ପ୍ରଥମେ ଏହି ଚିତ୍ରକୁ ଦେଖି ଯାହା ଲାଗୁଥିଲା ଏହା ଏକ ଫୁଲ ଅଟେ । କିନ୍ତୁ ଅନୁସନ୍ଧାନ ପରେ ଜଣାପଡିଥିଲା କି ଏହା ଏକ ପଥର ଅଟେ ଯାହା ଫୁଲର ଆକାର ନେଇଛି । ଏହି ଫଟୋକୁ ନାସା ତାର କ୍ୟାମେରାରେ କଏଦ କରିଛି । ବୈଜ୍ଞାନିକଙ୍କର ମାନିବା କଥା କି ଏହାର ନିର୍ମାଣ ବହୁତ ହିଁ ରୋଚକ ଅଟେ । ଯେଉଁଥିପାଇଁ ଏହା ଉପରେ ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ ଏହି ଖାସ ଫୁଲ ଭଳି ଦେଖାଯାଉଥିବା ପଥରର ନିର୍ମାଣ ବିଭିନ୍ନ ପ୍ରକାରର ଖଣିଜ ପଦାର୍ଣ ମିଶିବା ପରେ ହିଁ ହୋଇଛି । ତେଣୁ ଏହି ଫୁଲ ଅନେକ ଖଣିଜ ପଦାର୍ଥର ସମିଶ୍ରଣ ଅଟେ । ଏଭଳି ଆକୃତି ଯାହା ଅଲଗା ଅଲଗା ଖଣିଜ ପଦାର୍ଥ ମିଶିବା ପରେ ହିଁ ହୋଇଥାଏ । ଏହାକୁ ଡାଇଜେନେଟିକ କ୍ରିଷ୍ଟାଲ କ୍ଲଷ୍ଟର କୁହାଯାଏ ।

କ୍ୟୁରୋସିଟି ମିଶନର ଡେପୁଟି ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ଏବିଜିଲ ପ୍ରେମୈନଙ୍କ ଟ୍ଵିଟ୍ ମୁତାବାକ ଏହା ଏଭଳି ଆକୃତି ହୋଇଥାଏ ଯାହା ଲୁଣରୁ ନିର୍ମାଣ ହୋଇଥାଏ । ଯାହାକୁ ସଲଫେଟ୍ସ କୁହାଯାଏ । ଏହା କିଛି ସମୟ ପରେ ଉଭାନ ମଧ୍ୟ ହୋଇଯାଏ । ଏହା ସେତେବେଳେ ହୋଇଥାଏ ଯେତେବେଳେ ଏକ ବଡ ପଥର ଉପରେ ଖଣିଜ ପଦାର୍ଥର କଣିକା ସବୁ ମିଳିଥାଏ । ବାୟୁ ଚଳାଚଳ ହେତୁ ପବନର ଗତି ହିସାବରେ ଏହାର ଆକାର ମଧ୍ୟ ବଦଳୁଥିବା ଦେଖିବାକୁ ମିଳିଛି ।

ବୈଜ୍ଞାନିକମାନେ ଏହାକୁ ବ୍ଲାକସଲ୍ଟ ର ନାମ ଦେଇଛନ୍ତି । ଏହି ଫୁଲ ପରି ଦେଖାଯାଉଥିବା ପଥରକୁ ନାସାର ବୈଜ୍ଞାନିକମାନେ ଗତ ସପ୍ତାହରେ କ୍ୟୁରୋସିଟି ରୋଭର ଉପରେ ଲଗାଯାଇଥିବା ହ୍ୟାଣ୍ଡ ଲେନ୍ସ ଇମେଜ ସାହାଯ୍ୟରେ ଦେଖିଥିଲେ । ଏହି କ୍ୟାମେରା ବହୁତ ପାଖରୁ ଇମେଜ ନେବା ପାଇଁ ସକ୍ଷମ ହୋଇଥାଏ । ଫଳରେ ଏହି ବିଷୟରେ ଅନେକ କିଛି ତଥ୍ୟ ମିଳିପାରୁଛି । ଯେମିତି ଏହି ଖଣିଜ ପଦାର୍ଥ ବିଷୟରେ ଅନେକ କିଛି ତଥ୍ୟ ମିଳିପାରୁଛି ।

 

Show More

Related Articles

Back to top button