Breaking PLUSଜୀବନଚର୍ଯ୍ୟାଦେଶ ବିଦେଶମୁଖ୍ୟ ଖବର

କୋମାରେ ପଡିଥିବା ଭାବି ୧୮ ମାସ ଘରେ ରଖିଥିଲେ ମୃତ ବ୍ୟକ୍ତିଙ୍କୁ

କାନପୁର: ଆଶ୍ଚର୍ଯ୍ୟଜନକ ଖବରଟିଏ ଶୁଣିବାକୁ ମିଳିଛି । ଜଣେ ବ୍ୟକ୍ତିଙ୍କର ମୃତ୍ୟୁର ୧୮ ମାସ ପରେ ବି ତାଙ୍କ ମୃତ ଶରୀରକୁ ପରିବାର ଲୋକେ ସତ୍କାର ନକରି ରଖିଥିଲେ। ବ୍ୟକ୍ତି ଜଣକ କୋମାରେ ପଡ଼ିଥିବା ଭାବି ପରିବାର ଳୋକେ ତାଙ୍କୁ ପକାଇ ରଖିଥିଲେ। ଏମିତି ଏକ ଘଟଣା ଉତ୍ତରପ୍ରଦେଶର କାନପୁରରୁ ଆସିଛି। ମୃତ ବ୍ୟକ୍ତି ଜଣକ ଆୟକର ବିଭାଗର କର୍ମଚାରୀ ଥିଲେ। ସମ୍ପୃକ୍ତ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ମାନସିକ ରୋଗୀ ହୋଇଥିବାରୁ ସେ ଏ ବିଷୟରେ କିଛି ଜାଣି ପାରୁ ନଥିଲେ। ସ୍ୱାମୀ କୋମାରେ ଥିବା ଭାବି ସେ କୌଣସି ପଦକ୍ଷେପ ନେଉ ନଥିଲେ। ପ୍ରତିଦିନ ତାଙ୍କ ସ୍ତ୍ରୀ ଉକ୍ତ ଶରୀର ଉପରେ ଗଙ୍ଗାଜଳ ଛିଞ୍ଚୁଥିଲେ। ଶବଟି ପଚିଯାଇଥିଲେ ମଧ୍ୟ ଗଙ୍ଗା ଜଳ ଛିଞ୍ଚିବା ଦ୍ୱାରା କୋମାରୁ ତାଙ୍କ ଜୀବନ ଫେରି ଆସିବ ବୋଲି ପତ୍ନୀ ଭାବିଥିଲେ। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବିମଲେଶ ଦିକ୍ଷୀତ। କାନପୁର ପୁଲିସ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି।

୨୦୨୧ ଏପ୍ରିଲ ୨୨ରେ ବିମଲେଶଙ୍କ ହୃଦ ରୋଗରେ ମୃତ୍ୟୁ ଘଟିଥିବା ଡାକ୍ତରୀ ପ୍ରମାଣପାତ୍ର ଜାରି କରିଛି ପୁଲିସ। ଆୟକର ବିଭାଗରେ କାମ କରୁଥିବା ବିମଲେଶଙ୍କର ଗତ ଏପ୍ରିଲ ମାସରେ ମୃତ୍ୟୁ ଘଟିଥିଲା। କିନ୍ତୁ ପରିବାର ଲୋକେ ଶବ ସତ୍କାର କରିବାକୁ ଅମଙ୍ଗ ହୋଇଥିଲେ। ବିମଲେଶ କୋମାରେ ଥିବା ତାଙ୍କ ପତ୍ନୀ ଭାବିଥିବା କାନପୁର ମୁଖ୍ୟ ମେଡିକାଲ ଅଫିସର ଡ. ଆଲୋକ ରଞ୍ଜନ କହିଛନ୍ତି। କିନ୍ତୁ ଫ୍ୟାମିଲି ପେନ୍‌ସନ୍‌ ଫାଇଲ ଅଗ୍ରଗତି ହେଉ ନଥିବାରୁ ଆୟକର ବିଭାଗ ପକ୍ଷରୁ କାନପୁର ପୁଲିସକୁ ଯାଞ୍ଚ ପାଇଁ କୁହାଯାଇଥିଲା। ଏହା ପରେ ଏକ ମେଡିକାଲ ଟିମ୍‌ ସହ ପୁଲିସ ବିମଲେଶଙ୍କ ଘରେ ପହଞ୍ଚି ଥିଲେ।

କିନ୍ତୁ ପରିବାର ଲୋକେ ଅର୍ଥାତ ତାଙ୍କ ପତ୍ନୀ ତଦନ୍ତାକାରୀ ଟିମକୁ ଘରକୁ ପ୍ରବେଶକୁ ବାରଣ କରିଥିଲେ। ତାଙ୍କ ପତ୍ନୀ କହିଥିଲେ ଯେ, ତାଙ୍କ ସ୍ୱାମୀ ବଞ୍ଚିଛନ୍ତି। କିନ୍ତୁ କୋମାରେ ଅଛନ୍ତି। ବହୁ ବୁଝାସୁଝା ପରେ ପରିବାର ସଦସ୍ୟ ମେଡିକାଲ ଟିମକୁ ବିମଲେଶଙ୍କ ଶରୀର ନେବାକୁ ଅନୁମତି ଦେଇଥିଲେ। ମେଡିକାଲ ଟିମ୍ ବିମଲେଶଙ୍କ ଶରୀରରକୁ ଲାଲା ଲଜପତ ରାୟ ହସ୍ପିଟାଲକୁ ନେଇଥିଲେ। ସେଠାରେ ସରକାରୀ ଭାବେ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାରେ ସିଏମଓ ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟଧିକ ପରିମାଣରେ ପଚାଶଢ଼ା ଅବସ୍ଥାରେ ମୃତ ଦେହକୁ ଜବତ କରାଯାଇଥିବା ପୁଲିସ କହିଛି।  ବିମଲେଶଙ୍କ ପତ୍ନୀ ମାନସିକ ଅବସ୍ଥା ଠିକ୍ ନଥିବା ପୁଲିସ କହିଛି। ଯାହା ଫଳରେ ନିଜ ସ୍ୱାମୀ ମୃତ୍ୟୁକୁ ସେ ସହଜରେ ଗ୍ରହଣ କରିପାରୁ ନଥିଲେ।

Show More

Related Articles

Back to top button