ଓଡ଼ିଶାରାଜନୀତି

ଏବର୍ଷ ମଧ୍ୟ ହେବନାହିଁ ଛାତ୍ର ସଂସଦ ନିର୍ବାଚନ

ଏବର୍ଷ ମଧ୍ୟ ହେବନାହିଁ ଛାତ୍ର ସଂସଦ ନିର୍ବାଚନ । ଚଳିତ ବର୍ଷ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ  । ଯେମିତି ପାଠପଢା ଚାଲିଛି ସେମିତି ଚାଲୁ ରହିବ । ଆସନ୍ତା ଅଗଷ୍ଟ ମାସରୁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ। ଜୁଲାଇ ଶେଷ ସପ୍ତାହ ସୁଦ୍ଧା ସ୍ନାତକୋତ୍ତର ସେମିଷ୍ଟର ପରୀକ୍ଷା ଶେଷ କରିବାକୁ କୁହାଯାଇଛି।

କରୋନା ସମୟରେ ପାଠପଢାରେ ଅନେକ ପ୍ରଭାବିତ ହୋଇଥିବାରୁ କ୍ୟାମ୍ପସର ସ୍ଥିତି ଯେପରି ପୂର୍ବବତଃ ଜାରି ରହିବ ତାହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି କରାଯାଇଛି । ଚଳିତ ବର୍ଷକୁ ମିଶାଇ ୫ମ ବର୍ଷ ଲାଗି କ୍ୟାମ୍ପସରେ ନିର୍ବାଚନ ବନ୍ଦ ହେବାକୁ ଯାଉଛି।

 

Show More

Related Articles

Back to top button