ଦେଶସ୍ୱତନ୍ତ୍ର

ଆସନ୍ତା ସେପ୍ଟେମ୍ବର ପହିଲାରୁ ବିଭିନ୍ନ ନିୟମରେ ହେବ ପରିବର୍ତ୍ତନ

ଦେଶରେ ଆସନ୍ତା ସେପ୍ଟେମ୍ବର ପହିଲାରୁ ବିଭିନ୍ନ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଟୋଲ ଟ୍ୟାକ୍ସ, ବ୍ୟାଙ୍କିଙ୍ଗ,ପ୍ରପର୍ଟି ଏବଂ ଗ୍ୟାସ ସିଲିଣ୍ଡର ସମେତ ଏକାଧିକ ସେବା କ୍ଷେତ୍ରରେ ପରିବର୍ତ୍ତନ ହେବ । ତେବେ ଏହା ସିଧା ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିପାରେ ।

ତେବେ ଆସନ୍ତୁ ଜାଣିବା ସେପ୍ଟେମ୍ବର ପହିଲାରୁ ହେଉଥିବା ପରିବର୍ତ୍ତନ ବାବଦରେ –

ସୂଚନା ଅନୁଯାୟୀ, ପ୍ରତି ମାସର ପ୍ରଥମ ତାରିଖରେ ସରକାରୀ ତୈଳ କମ୍ପାନୀ ଗୁଡିକ ରନ୍ଧନ ଗ୍ୟାସ ଦରରେ ପରିବର୍ତ୍ତନ କରନ୍ତି । ତେଣୁ ଏଥର ମଧ୍ୟ କିଛି ପରିବର୍ତ୍ତନ ହୋଇପାରେ । ସେପ୍ଟେମ୍ବର ୧ ତାରିଖରେ ଗ୍ୟାସ ସିଲିଣ୍ଡର ଦର ବଢିପାରେ କିମ୍ବା କମିପାରେ ।

ବ୍ୟାଙ୍କ କ୍ଷେତ୍ରରେ ମଧ୍ୟ କିଛି ପରିବର୍ତ୍ତନ ହେବ । ଖାସ୍ କରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅନେକ ଦିନରୁ ନିଜ ଗ୍ରାହକଙ୍କୁ କେୱାଇସି ଅପଡେଟ୍ କରିବାକୁ ସୂଚନା ଦେଇଆସୁଛି । କେୱାଇସି ଅପଡେଟ୍ କରିବାର ଶେଷ ଜୁଲାଇ ୩୦ରୁ ବଢାଇ ଅଗଷ୍ଟ ୩୧ ତାରିଖକୁ ଧାର୍ଯ୍ୟ କରିଥିଲା ବ୍ୟାଙ୍କ । ବ୍ୟାଙ୍କର ନିର୍ଦ୍ଦେଶ ଅନୁସାରେ ଯଦି ନିର୍ଦ୍ଧାରିତ ସମୟ ସୀମା ଭିତରେ ଏହା କରାନଯାଏ ତେବେ ଗ୍ରାହକ ନିଜ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ନାହିଁ କି ଏଥିରୁ ଟଙ୍କା ଉଠାଇପାରିବେ ନାହିଁ । ତେଣୁ କେୱାଇସି ଅପଡେଟ୍ କରିବାକୁ ତୁରନ୍ତ ଆପଣଙ୍କ ଶାଖା ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ ।

ଏହାସହ ସେପ୍ଟେମ୍ବର ୧ ତାରିଖରୁ ବୀମା ପଲିସିର ପ୍ରିମିୟମ୍ କମ୍ ହୋଇଯିବ । ଆଇଆରଡିଏଆଇ ଜେନେରାଲ ଇନସ୍ୟୁରାନ୍ସର ନିୟମରେ ପରିବର୍ତ୍ତନ ପରେ ଗ୍ରାହକଙ୍କୁ ଏଣିକି ୩୫ ପ୍ରତିଶତ ବଦଳରେ ୨୦ ପ୍ରତିଶତ କମିଶନ୍ ଏଜେଣ୍ଟକୁ ଦେବାକୁ ପଡିବ । ଫଳରେ ଗ୍ରାହକଙ୍କୁ ପୂର୍ବାପେକ୍ଷା କମ୍ ପ୍ରିମିୟମ ଭରିବାକୁ ପଡିବ ।

ସେପ୍ଟେମ୍ବର ପହିଲାରୁ ଟୋଲ ଟ୍ୟାକ୍ସରେ ମଧ୍ୟ ପରିବର୍ତ୍ତନ ହେବ । ଦିଲ୍ଲୀ ଯିବା ଆସିବା ପାଇଁ ଯେଉଁମାନେ ଯମୁନା ଏକ୍ସପ୍ରେସ ୱେ ପଟଦେଇ ଯାଉଛନ୍ତି ସେମାନଙ୍କୁୁ ଅଧିକ ଟୋଲ ଟ୍ୟାକ୍ସ ଦେବାକୁ ପଡିବ । ନୂଆ ଦର ଅନୁସାରେ, କାର୍, ଜିପ୍, ଭ୍ୟାନ ଓ ହାଲକା ଯାନ ପାଇଁ ଟୋଲ ଦର ପ୍ରତି କିଲୋମିଟର ପିଛା ଏଥର ୨ଟଙ୍କା ୬୫ ପଇସା ଦେବାକୁ ପଡିବ । କିଲୋମିଟର ପିଛା ୧୦ ପଇସା ବଢିଛି । ସେହିପରି କମର୍ସିଆଲ ଯାନ ଗୁଡିକୁ ୫୨ ପଇସା ଅଧିକ ଟୋଲ ଟ୍ୟାକ୍ସ ଦେବାକୁ ପଡିବ ।

ସେହିପରି ସେପ୍ଟେମ୍ବର ପହିଲାରୁ ଘର କିଣିବା ମଧ୍ୟ ମହଙ୍ଗା ହେବ । ଯଦି ଆପଣ ଘର କିଣିବାକୁ ପ୍ଲାନିଙ୍ଗ କରିଛନ୍ତି ତେବେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । କାରଣ ସର୍କଲ ରେଟ୍ ୪ ପ୍ରତିଶତ ବୃଦ୍ଧି ପରେ ଘର କିଣିବା ଦର ବଢିବାର ଯଥେଷ୍ଟ ସମ୍ଭାବନା ଅଛି ।

Show More

Related Articles

Back to top button