Breaking PLUSଅପରାଧଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ରାଜ୍ୟରେ ବଢୁଛି ଆତ୍ମହତ୍ୟାଜନିତ ମାମଲା

ଭୁବନେଶ୍ୱର : ରାଜ୍ୟରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବଢୁଛି ଆତ୍ମହତ୍ୟାଜନିତ ମାମଲା। ଦିନକୁ ୧୫ ଜଣ ଜୀବନ ହାରୁଛନ୍ତି।  ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ୨୦୨୧ ରିପୋର୍ଟରେ ରହିଛି ଏପରି ସାଂଘାତକି ତଥ୍ୟ। ଗତବର୍ଷ ରାଜ୍ୟରେ ୫,୬୫୧ ଜଣ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୪, ୪୧୨ ଓ ମହିଳାଙ୍କ ସଂଖ୍ୟା ୧୨୩୯ ରହିଛି । ପାରିବାରିକ କଳହରୁ ଆତ୍ମହତ୍ୟା ଭଳି ଘଟଣା ବୃଦ୍ଧି ପାଉଥିବା ଜଣାପଡିଛି । ପାରିବାରିକ ସମସ୍ୟାରୁ ରାଜ୍ୟରେ ୪୦୩୩ ଜଣ ଆତ୍ମହତ୍ୟା କରିଛନ୍ତି । ସେଥିମଧ୍ୟରୁ ୧୩୪ ବିବାହଜନିତ ହୋଇଥିବାବେଳେ ୧୩୨ ଆତ୍ମହତ୍ୟା ପ୍ରେମଜନିତ ରେକର୍ଡ ହୋଇଥିଲା । ରାଜ୍ୟରେ ସମୁଦାୟ ଆତ୍ମହତ୍ୟାଜନିତ ଘଟଣା ମଧ୍ୟରୁ ୮୩୪ ଜଣ ଛାତ୍ରଛାତ୍ରୀ । ଅର୍ଥାତ ଏହା ସମୁଦାୟ ଆତ୍ମହତ୍ୟାଜନିତ ସଂଖ୍ୟାର ୧୪% । ଛାତ୍ରଙ୍କ ସଂଖ୍ୟା ୬୯୭ ରହିଥିବାବେଳେ ୧୩୭ ଛାତ୍ରୀ ବିଭିନ୍ନ କାରଣରୁ ନିଜ ଜୀବନ ହାରିଥିବା ରେକର୍ଡ ହୋଇଛି। ୨୦୨୦ ତୁଳନାରେ ରାଜ୍ୟରେ ଆତ୍ମହତ୍ୟାଜନିତ ସଂଖ୍ୟା ୧.୯ %ବୃଦ୍ଧି ପାଇଛି । ଗତବର୍ଷ ୩୦୨ ଜଣ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି । ୨୩୨୨ ଜଣ ବିଷ ପିଇ ଜୀବନ ହାରିଛନ୍ତି । ୨୭୫୩ ଜଣ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ରେକର୍ଡ କରାଯାଇଛି ।

Show More

Related Articles

Back to top button