Breaking PLUSଓଡ଼ିଶା

ମହାନଦୀକୁ ଡ଼େଇଁ ପଡିଲେ ଯୁବକ

ମହାନଦୀକୁ ଡ଼େଇଁ ପଡିଲେ ଯୁବକ । କଟକ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ ରଖି ମହାନଦୀକୁ ଡ଼େଇଁଲେ ଯୁବକ । ମହାନଦୀକୁ ଡ଼େଇଁଥିବା ଯୁବକଙ୍କ ଘର ଭୁବନେଶ୍ୱର ବୋଲି ଜଣାପଡ଼ିଛି । ଏଯାଏଁ ତାଙ୍କ ପତ୍ତା ମିଳିନି ।

ଆଜି ଅପରାହ୍ନ ୩ଟା ସମୟରେ ହଠାତ୍ ଜଣେ ଯୁବକ ବ୍ରିଜ୍ ଉପରେ ସ୍କୁଟି, ହେଲମେଟ ଓ ମୋବାଇଲ ରଖି ମହାନଦୀକୁ ଡ଼େଇଁପଡ଼ିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ବାରଙ୍ଗ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ ଯାଞ୍ଚ କରିଥିଲେ । ମୋବାଇଲରୁ ପରିବାର ଲୋକଙ୍କ ସମ୍ପର୍କରେ ସୂଚନା ପାଇଥିଲେ । ପରେ ପରିବାର ଲୋକଙ୍କୁ ଫୋନ୍ କରି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜଣାଇଥିଲେ । କିନ୍ତୁ ମହାନଦୀକୁ ଡ଼େଇଁଥିବା କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

Show More

Related Articles

Back to top button