Breaking PLUSଦେଶମୁଖ୍ୟ ଖବର

ନଭେମ୍ବର ୩୦ ପର୍ଯ୍ୟନ୍ତ ବଢିଲା କେନ୍ଦ୍ରର କରୋନା କଟକଣା

ଦେଶରେ କରୋନା କଟକଣାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି କେନ୍ଦ୍ର ସରକାର । ଆଗକୁ ଦୀପାବଳି ଆସୁଥିବାରୁ ସଂକ୍ରମଣ ବୃଦ୍ଧି ହେବା ଆଶଙ୍କାରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ଯେ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସିନେମା ହଲ,ଏଣ୍ଟରଟେନମେଣ୍ଟ ପାର୍କ, ସ୍ୱିମିଂ ପୁଲ ଖୋଲିବା ପାଇଁ ଗତ ମାସରେ ଜାରି ହୋଇଥିବା ଗାଇଡଲାଇନ ନଭେମ୍ବର ପାଇଁ ମଧ୍ୟ ଲାଗୁ ରହିବ । ଅକ୍ଟୋବର ମାସ ପାଇଁ ଗତ ସେପ୍ଟେମ୍ବର ୩୦ରେ ଜାରି ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ କଟକଣା କଡ଼ାକଡ଼ି ଲାଗୁ ହେବ ବୋଲି କୁହାଯାଇଥିଲା । ଏହା ସହିତ ପାର୍ବଣ ଋତୁ ଥିବାରୁ କଣ୍ଟେନମେଣ୍ଟ ଜୋନ ବାହାରେ ବି ସତର୍କତା ଅବଲମ୍ବନ ପାଇଁ କୁହାଯାଇଥିଲା । ଏସବୁ ପରାମର୍ଶ ନଭେମ୍ବର ପାଇଁ ଲାଗୁ ହେବ । କାରଣ ନଭେମ୍ବର ପ୍ରଥମ ସପ୍ତାହରେ ଦେଶର ସବୁଠାରୁ ବଡ଼ ପର୍ବ ମଧ୍ୟରେ ଅନ୍ୟତମ ଦୀପାବଳି ଅନୁଷ୍ଠିତ ହେବ । ଏହା ଦ୍ୱାରା ପୁଣି ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଦଶହରା ପରେ ପଶ୍ଚିମବଙ୍ଗରେ ସଂକ୍ରମଣ ବୃଦ୍ଧି ପାଇଛି । ଏଣୁ କେନ୍ଦ୍ର ସରକାର ସତର୍କତା ଅବଲମ୍ବନ କରୁଛନ୍ତି ।

Show More

Related Articles

Back to top button