Breaking PLUSଓଡ଼ିଶାମୁଖ୍ୟ ଖବର

ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ବିପୁଳ ପରିମାଣ ସମ୍ପତି ଠାବ

ବହୁଚର୍ଚ୍ଚିତ ମନୀଷ ହତ୍ୟା ମାମଲାର ଖୋଳତାଡ ବେଳେ ସାମ୍ନାକୁ ଆସିଛି ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ କଳା କାରନାମା । ଆଜି ସକାଳେ ତାଙ୍କ ଘର ସମେତ ୫ ଟି ସ୍ଥାନରେ ଭିଜିଲାନ୍ସ ରେଡ଼୍ କରିଥିବା ବେଳେ ବର୍ତ୍ତମାନ ବିପୁଳ ପରିମାଣ ସମ୍ପତି ଠାବ ହୋଇଥିବା ସୁଚନା ମିଳୁଛି । ଡ଼ୁମଡ଼ୁମାରେ ୦.୨୫୦ ଏକର ଜମିକୁ ୧.୪୭ କୋଟିରେ କିଣିଛନ୍ତି ।

ମାତ୍ର କିଣିଥିବା ଜମିର ବଜାର ମୁଲ୍ୟ ଢେର ଅଧିକ ଆକଳନ କରାଯାଇଛି । ଡ଼ୁମଡ଼ୁମା ପ୍ଲଟ୍‌ରେ ନିର୍ମିତ ଶୋ’ ରୁମ୍ ବିଲ୍ଡିଂ ମୁଲ୍ୟ ପ୍ରାୟ ୨ କୋଟି ରହିଛି । କେବଳ ଏତିକି ନୁହେଁ ଶୋ’ ରୁମ୍‌ରେ ଥିବା ଦାମି ଫର୍ଣ୍ଣିଚର ମୁଲ୍ୟ ଆକଳନ କରୁଛନ୍ତି ବିଶେଷଜ୍ଞ ଟିମ୍ ।

ଆଜି ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ୱର କଳ୍ପନାରେ ଥିବା ଘର ଓ ନିର୍ମାଣାଧୀନ ଘର ଚଢାଉ ହେଉଛି । ଖୋର୍ଦ୍ଧାରେ ଥିବା ଦୁଇ ମହଲା ପୈତୃକ ଘର, ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁରରେ ଥିବା ଫର୍ଣ୍ଣିଚର ୱାର୍କ ସପ୍, ପାତ୍ରପଡ଼ାରେ ଥିବା ସାଉଥ୍ ସିଟି ବାରରେ ଚଢାଉ କରାଯାଉଛି ।

Show More

Related Articles

Back to top button