Breaking PLUSବଲିଉଡମୁଖ୍ୟ ଖବର

୨୬ ଦିନ ପରେ ଆର୍ୟନଙ୍କୁ ମିଳିଲା ଆଶ୍ୱସ୍ତି

ଦୀର୍ଘ ୨୬ ଦିନ ପରେ ଆର୍ୟନଙ୍କୁ ମିଳିଛି ଆଶ୍ୱସ୍ତି । ଏଥର ଜେଲ୍ କବଳରୁ ବାହାରିବେ ଆର୍ୟନ ଖାନ । ଆଜି ଆର୍ୟନଙ୍କୁ ମିଳିଛି ବେଲ୍ । ଜାମିନ ପାଇଁ ତିନି ଦିନ ଶୁଣାଣି ପରେ ଆଜି ଜାମିନ ପାଇଲେ ଆର୍ୟନ । ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । ପୋଲିସ ହେପାଜରେ ୨୬ ଦିନ ରହିବା ପରେ ଆଜି ତାଙ୍କୁ ଜାମିନ ମିଳିଛି । ଏହାସହିତ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ୍ ମର୍ଚ୍ଚାଣ୍ଡ ଏବଂ ମୁନ୍‌ମୁନ୍ ଧମେଚାଙ୍କୁ ମଧ୍ୟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ପୂର୍ବରୁ ଉଭୟ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଏବଂ ସେସନ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଅକ୍ଟୋବର ୨୦ରେ ଏନଡିପିଏସ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ଆର୍ୟନ ଖାନଙ୍କ ଓକିଲ ସତୀଶ ମାନଶିନ୍ଦେଙ୍କ ନେତୃତ୍ୱରେ ତାଙ୍କ ଟିମ୍ ହୋଇକୋର୍ଟରେ ପହଞ୍ଚିଥିଲେ । କୋର୍ଟ ଆକ୍ଟୋବର ୨୬କୁ ଶୁଣାଣି ତାରିଖ ଦେଇଥିଲେ । ହେଲେ ତାହାକୁ ସ୍ଥଗିତ ରଖା ଯାଇଥିଲା ।

Show More

Related Articles

Back to top button